www.samajalive.in
Friday, December 12, 2025
17.1 C
Bhubaneswar

ଚା’ ପିଇବେ ନା କଫି କିଏ ଅଧିକ ଲାଭଦାୟକ? ଅଧିକାଂଶ ଜାଣନ୍ତି ନାହିଁ ଉତ୍ତର..

ଅଧିକାଂଶ ଲୋକଙ୍କ ଚା’ ଓ କଫି ପିଇବା ବେଶ ପସନ୍ଦ। ଚା’ ଅଧିକ ପିଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ବିଶେଷ ନିଜକୁ ଚା’ପ୍ରେମୀ ବୋଲି କହିଥାଆନ୍ତି। ସେହିପରି କଫି ପସନ୍ଦ କରୁଥିବା ଲୋକଙ୍କ ସଂଖ୍ୟା ମଧ୍ୟ କିଛି କମ୍‌‌ ନୁହେଁ। କେବଳ ଦେଶ ନୁହେଁ ବରଂ ସାରା ଦୁନିଆରେ ଚା’ ଓ କଫି ପିଇବାକୁ ଅଧିକାଂଶ ଲୋକେ ପସନ୍ଦ କରିଥାଆନ୍ତି। ଅନେକ ଲୋକଙ୍କ ଦିନର ଆରମ୍ଭ ଏକ କପ ଚା’ ପିଇବାରୁ ହୋଇଥାଏ। ମାତ୍ର ଅଧିକାଂଶ ଲୋକେ ଏହା ଜାଣିନଥିବେ ଚା’ ଓ କଫି ମଧ୍ୟରୁ କିଏ ଅଧିକ ଲାଭଦାୟକ। ଜାଣନ୍ତୁ..
ଏକ ରିପୋର୍ଟ ଅନୁଯାୟୀ, ଚା’ ଓ କଫିକୁ ନେଇ ଏଯାଏଁ ଅନେକ ଅଧ୍ୟୟନ ହୋଇଛି। ଏଥିରେ ଭିନ୍ନ ଭିନ୍ନ ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି। ଏକ ଅଧ୍ୟୟନ ଅନୁଯାୟୀ, କଫିରେ ଫାଇବରର ମାତ୍ରା ଅଧିକ ରହିଛି। ସେହିପରି ଚା’ରେ ଫାଇବର ନଥାଏ। ଫାଇବର ପାଚନ ତନ୍ତ୍ର ପାଇଁ ଆବଶ୍ୟକୀୟ ତତ୍ତ୍ୱ ଓ ଏକ କପ କଫିରେ ପ୍ରାୟ ୧.୧ରୁ ୧.୮ ଗ୍ରାମ ପର୍ଯ୍ୟନ୍ତ ଫାଇବର ରହିଥାଏ। ଫାଇବର ଅନୁଯାୟୀ ଚା’ ତୁଳନାରେ କଫି ଅଧିକ ଲାଭଦାୟକ।
କାଫିନ ବିଷୟରେ ଆଲୋଚନା କରାଗଲେ, ଉଭୟ ଚା’ ଓ କଫିରେ କାଫିନ୍‌‌ ମାତ୍ରା ରହିଛି। ଏକ କପ କଫିରେ ପ୍ରାୟ ୧୦୦ ମିଲିଗ୍ରାମ କାଫିନ୍‌‌ ଓ ଏକ କପ ଚା’ରେ ପ୍ରାୟ ୫୦ ମିଲିଗ୍ରାମ କାଫିନ୍‌‌ ଥାଏ। କାଫିନ୍‌‌ କମ୍‌‌ ମାତ୍ରାରେ ସେବନ କରିବା ଦ୍ୱାରା ଏହା ଶରୀରକୁ ଶକ୍ତି ଦେଇଥାଏ, ଲୋକଙ୍କ ମୁଡ୍‌‌ ଅର୍ଥାତ ମାନସିକ ସ୍ଥିତି ମଧ୍ୟ ଉତ୍ତମ ହୋଇଥାଏ। ମାନସିକ ସୁସ୍ଥତା ପାଇଁ ଏହା ଲାଭଦାୟକ ବୋଲି କୁହାଯାଏ। ପ୍ରତିଦିନ ୪୦୦ ମିଲିଗ୍ରାମ ପର୍ଯ୍ୟନ୍ତ କାଫିନ୍‌‌ର ସେବନ କରିପାରିବେ। ତେଣୁ ପ୍ରତିଦିନ ୧ରୁ୨ କପ ଚା’ କିମ୍ବା କଫି ପିଇପାରିବେ।
କେତେକ ଅଧ୍ୟୟନରୁ ଜଣାପଡିଛି ଉଭୟ ଚା’ ଓ କଫି ଅଳ୍ପ ମାତ୍ରାରେ ସେବନ କରିବା ହୃଦୟ ପାଇଁ ଲାଭଦାୟକ ବୋଲି କୁହାଯାଏ। ଏହାକୁ ସେବନ କରିବା ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା,ହୃଦଘାତ ହେବାର ସମ୍ଭାବନା କମ୍‌‌ ଥାଏ। କଫି ଓ ଚା’ରେ ଆଣ୍ଟି-ଅକ୍ସିଡ଼ାଣ୍ଟ ଓ ପଲିଫେନୋଲ୍ସ ରହିଛି। ଏହା ହୃଦୟ ପାଇଁ ଲାଭକାରୀ ବୋଲି କୁହାଯାଏ। କଫି ପିଇବା ଦ୍ୱାରା କର୍କଟ ଓ ମଧୁମେହ ହେବାର ସମ୍ଭାବନା କମ୍‌‌ ଥାଏ। ସେହିପରି ଚା’ ପିଇବା ଦ୍ୱାରା ରକ୍ତଚାପ, କୋଲେଷ୍ଟେରୋଲ୍‌‌, ମାନସିକ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ। ତେଣୁ ଚା’ ତୁଳନାରେ କଫି ଅଧିକ ଲାଭଦାୟକ ବୋଲି ଅଧ୍ୟୟନରୁ ଜଣାପଡିଛି।

Hot this week

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

ବାଇକ ସ୍କୁଟି ମୁହାଁମୁହିଁ ଧକ୍କା- ୩ ମୃତ ୨ ଗୁରୁତର

ପାଟଣା - ଶୁକ୍ରବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ ଘଟଗାଁ ଥାନା...

Related Articles

Popular Categories