www.samajalive.in
Sunday, December 14, 2025
16.1 C
Bhubaneswar

ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ: ମଙ୍ଗଳବାର ରାଶିଫଳ

ମେଷ: ଅଶାନ୍ତିର ପରିସମାପ୍ତି ଘଟିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ରାଜ ବଂଶୋଦ୍ଭବ ପୂଜ୍ୟ ହେବେ। ନାନା ସୁନ୍ଦର ବସ୍ତୁ ଲାଭ ହୋଇପାରେ। ତୀର୍ଥ ସୁଖ ମିଳିବ। ସୁନ୍ଦର ବସ୍ତୁ ଲାଭ ହୋଇପାରେ।
ବୃଷ: ବ୍ୟବସାୟରୁ ଧନାଗମ ହେବ। ଧର୍ମାସକ୍ତ ହେବେ। ମତିମାନ୍‌ ହୋଇପାରନ୍ତି। ନୃପ ପ୍ରଧାନ, ଉତ୍ତମ ଗୁଣ ଓ ନୀତିଯୁକ୍ତ ହେବେ। ବିନୀତ ସ୍ବଭାବସମ୍ପନ୍ନ ହୋଇପାରନ୍ତି। ଗ୍ରାମର ମୁରବି ହୋଇପାରନ୍ତି।
ମିଥୁନ : ଆୟ ଆଶାନୁରୂପ ହେବ। ଚିନ୍ତାଧାରା ଉଚ୍ଚକୋଟୀର ହେବ। କର୍ମଚଞ୍ଚଳ ରହିବେ। ସେବା ଓ ପରୋପକାରକୁ ଜୀବନର ବ୍ରତଭାବେ ଗ୍ରହଣ କରିପାରନ୍ତି। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ସୁଖ ମିଳିବ।

କର୍କଟ : ମିତ୍ରମାନେ କରଛଡ଼ା ଦେଇପାରନ୍ତି। ଗୁଣର ପ୍ରକାଶ ଘଟାଇବାରେ ଅସମର୍ଥ ହୋଇପାରନ୍ତି। କେବଳ ମଧୁର କଥା କହି ପରକୁ ଆପଣାର କରିପାରନ୍ତି। ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିବେ। ସାହସୀ ହେବେ।

- Advertisement -

ସିଂହ: ଆର୍ଥିକ ସ୍ଥିତି ଦୃଢ଼ ରହିବ। ବିବାଦୀୟ ଘଟଣାରେ ବିଜୟୀ ହେବେ। ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ନାନାବିଧ ସମ୍ମାନର ଅଧିକାରୀ ହେବେ। ମନ ପ୍ରସନ୍ନ ରହିବ।
କନ୍ୟା: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ଉତ୍ତମ ମାନର ହେବ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ, ବହୁବିଧ ଗୁଣଯୁକ୍ତ ହେବେ।
ତୁଳା : କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାକୁ ବିକେନ୍ଦ୍ରୀକରଣ କରି ଲୋକପ୍ରିୟତା ଅର୍ଜନ କରିବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଶତ୍ରୁ ନାଶ କରିବେ।
ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ପ୍ରିୟଭାଷୀ ହେବେ। ଧନ ଓ ଯାନବାହନଯୁକ୍ତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଭୋଗ ହତୁ ସତର୍କରେ ଚଳିବାକୁ ପଡ଼ିବ।
ଧନୁ : ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ବହୁ ସୁଖକର ଘଟଣାମାନ ଘଟିବ। ରାଜପୂଜିତ ହେବେ। ଯାନବାହନଯୁକ୍ତ ହୋଇପାରନ୍ତି। ଗ୍ରାମାଧୀଶ ହେବେ। ପରାକ୍ରମଶାଳୀ ହୋଇପାରନ୍ତି।
ମକର : ପୁତ୍ରମାନେ ମିତ୍ରଯୁକ୍ତ ହୋଇପାରନ୍ତି। ଶତ୍ରୁକୁ କରାୟତ କରି କାର୍ଯ୍ୟ ହାସଲ କରିପାରନ୍ତି। ଋଣ ପରିଶୋଧ କରି ଆଶ୍ବସ୍ତ ହୋଇପାରନ୍ତି। ବନ୍ଧୁଙ୍କର ବିଶ୍ବାସଭାଜନ ହୋଇପାରନ୍ତି। ସମ୍ମାନ ଓ ଧନ ମିଳିପାରେ।

କୁମ୍ଭ: ବିଦ୍ୟାରୂପକ ମହାଧନକୁ ସାଇତି ରଖିବାର ପ୍ରୟାସ ଜାରି ରଖିବେ। ବିଭିନ୍ନ ସୂତ୍ରରୁ ଅର୍ଥାଗମ ହେବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଯେତେ ବିବାଦ ଘେରକୁ ଗଲେ ବି ଶ୍ରେଷ୍ଠତା ବଜାୟ ରଖିବେ।
ମୀନ : କଠିନ ପରିଶ୍ରମୀ ହେବେ। ମାନସିକ ଅଶାନ୍ତି ଦୂର ହେବ। ଗୃହ ପରିବେଶ ଉତ୍ତମ ମାନର ହେବ। ଯଦିଓ କେତେକ କ୍ଷେତ୍ରରେ ବୁଝାମଣା ଘଟିବ; ମାତ୍ର ପରବର୍ତ୍ତୀ ସମୟରେ ସୁଧାର ଆସିପାରେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories