www.samajalive.in
Saturday, December 6, 2025
26.1 C
Bhubaneswar

ରିଲାଏନ୍ସ ଜିଓର ତୃତୀୟ ତ୍ରୈମାସିକ ନେଟ ଲାଭ ୧୨.୨% ବୃଦ୍ଧି ସହ ୫୨୦୮ କୋଟି ଟଙ୍କା

ଭୁବନେଶ୍ୱର: ଦେଶର ସର୍ବବୃହତ ଟେଲିକମ ସେଵାପ୍ରଦାନକାରୀ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ ପକ୍ଷରୁ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି । ଅକ୍ଟୋବର ରୁ ଡିସେମ୍ବର ୨୦୨୩ ତ୍ରୟମାସରେ କମ୍ପାନୀର ନେଟ ଲାଭ ପୂର୍ବ ବର୍ଷ ସମାନ ଅବଧି ତୁଳନାରେ ୧୨.୨ ପ୍ରତିଶତ ବୃଦ୍ଧି ପାଇ ୫୨୦୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି । ଗତ ଆର୍ଥିକ ବର୍ଷର ସମାନ ତ୍ରୟମାସରେ କମ୍ପାନୀର ନେଟ ଲାଭ ୪୬୩୮ କୋଟି ଟଙ୍କା ରହିଥିଲା ।

ସେହିଭଳି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓର ପରିଚାଳନାଗତ ରାଜସ୍ବ ଗତ ବର୍ଷ ସମାନ ତ୍ରୟମାସ ତୁଳନାରେ ୧୦.୩ ପ୍ରତିଶତ ବୃଦ୍ଧି ପାଇ ୨୫୩୬୮ କୋଟି ଟଙ୍କା ହୋଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

- Advertisement -

ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଜିଓ ନେଟୱାର୍କରେ ମୋଟା ଡାଟା ଟ୍ରାଫିକ ଗତ ବର୍ଷ ତୁଳନାରେ ୩୧.୫ ପ୍ରତିଶତ ବୃଦ୍ଧି ପାଇ ୩୮.୧ ବିଲିଅନ ଜିବି ହୋଇଥିବା ବେଳେ ଭଏସ ଟ୍ରାଫିକ ୭.୯ ପ୍ରତିଶତ ବୃଦ୍ଧି ପାଇ ୧.୩୭ ଟ୍ରିଲିଅନ ମିନିଟ ହୋଇଥିବା ଜଣାପଡିଛି । ସେହିଭଳି ତୃତୀୟ ତ୍ରୟମାସରେ ଜିଓ ସର୍ବାଧିକ ୧୧.୨ ମିଲିଅନ ଗ୍ରାହକ ଯୋଡିବା ସହିତ ଦେଶରେ ଡିସେମ୍ବର ମାସ ଶେଷ ସୁଦ୍ଧା ଏହାର ମୋଟ ଗ୍ରାହକ ସଂଖ୍ୟା ୪୭ କୋଟି ଅତିକ୍ରମ କରିଥିବା କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି ।

ସମୟ ପୂର୍ବରୁ ସାରା ଦେଶରେ କମ୍ପାନୀ ଜିଓ ଟ୍ରୁ ୫ଜି ନେଟୱାର୍କ ସ୍ଥାପନ କରିବା ସହିତ ୯ କୋଟି ରୁ ଉର୍ଦ୍ଧ୍ବ ଗ୍ରାହକ ଜିଓ ର ୫ଜି ନେଟୱାର୍କ କୁ ଆପଣାଇଥିବା କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଆର୍ଥିକ ଫଳାଫଳ ଘୋଷଣା ଅବସରରେ ରିଲାଏନ୍ସ ଜିଓ ଇନ୍ଫୋକମ ଲିମିଟେଡ଼ର ଅଧ୍ୟକ୍ଷ ଆକାଶ ଅମ୍ବାନୀ କହିଛନ୍ତି ” ଜିଓ ବିଶ୍ୱର ଯେକୌଣସି ସ୍ଥାନରେ ସବୁଠାରୁ ଦ୍ରୁତତମ ୫ଜି ନେଟୱାର୍କ ପ୍ରଚଳନର ସଫଳତା ହାସଲ କରିଛି ଏବଂ ଏବେ ସାରା ଦେଶରେ ଉପଲବ୍ଧ ହୋଇଛି । ଜିଓ ଏୟାର ଫାଇବରର ପ୍ରାରମ୍ଭିକ ଚାହିଦା ଓ ଗ୍ରାହକ ସମ୍ପର୍କ ବେଶ ଦୃଢ ତଥା ଉତ୍ସାହଜନକ ରହିଛି ।”

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories