www.samajalive.in
Sunday, December 7, 2025
13.1 C
Bhubaneswar

ରାମ ଧ୍ୱନୀରେ ପ୍ରକମ୍ପିତ ହେଲା ଚୌଦ୍ୱାର

ଚୌଦ୍ୱାର : ଅଯୋଦ୍ଧାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସାରା ଭାରତବାସୀ ପାଳନ କରୁଥିବା ବେଳେ ଚୌଦ୍ୱାର ସହରବାସୀ ମଧ୍ୟ ଏହି ଖୁସିରେ ସାମିଲ ହୋଇଛନ୍ତି। ସୋମବାର ଚୌଦ୍ୱାର ସହର ଏହାର ଆଖପାଖ ଅଞ୍ଚଳବାସୀ ଘରେଘରେ ମୁରୁଜ ପକାଇ ମଙ୍ଗଳ କଳସ ସ୍ଥାପନା କରିଥିଲେ। ବିଭିନ୍ନ ସାହି ବସ୍ତିର ଯୁବକ ମାନେ ହାତରେ ରାମଲଲାଙ୍କ ପ୍ରତିଛବି ଥିବା ପତାକା ଧରି ବିଭିନ୍ନ ନାରାବାଜି ଦେଇ ସହର ପରିକ୍ରମା କରୁଥିବା ଦେଖିବାକୁ ମିଳିଥିଲା। ଅନ୍ୟପଟେ ଅଯୋଦ୍ଧାରୁ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଏଲଇଡି ମାଧ୍ୟମରେ ବିଭିନ୍ନ ଛକ ଜାଗା ମାନଙ୍କରେ ପ୍ରଦର୍ଶୀତ କରାଯାଇ ଥିବା ବେଳେ ପ୍ରବଳ ଜନସମାଗମ ହୋଇଥିଲା।

ଚୌଦ୍ୱାର ଇମ୍ଫା ପରିସରରେ ଥିବା ରାମ ମନ୍ଦିର,ନୁନଟିକିରି ହନୁମାନ ମନ୍ଦିର,ଚୌଦ୍ୱାର ଗ୍ରାମ ବ୍ରାହ୍ମଣ ସାହି ସ୍ଥିତ କପାଳେଶ୍ୱର ରାମଲୀଳା ପରିଷଦ,ମହାବଳେଶ୍ୱର ପଞ୍ଚମୁଖୀ ହନୁମାନ,ମଙ୍ଗଳା ସାହି ରାମଲୀଳା ଅନୁଷ୍ଠାନ,ଓଟିଏମ ମିଲ ପରିସରରେ ଥିବା ହନୁମାନ ଜୀୟୁ,କପାଳେଶ୍ୱର ନୁଆସାହି ହନୁମାନ ମନ୍ଦିର ଆଦି ସ୍ଥାନ ମାନଙ୍କରେ କାର୍ଯ୍ୟକ୍ରମକୁ ଆଡମ୍ବର ଭାବେ ପାଳନ କରାଯାଇଥିଲା। ସଂନ୍ଧାରେ ଅଞ୍ଚଳରରେ ଥିବା ବିଭିନ୍ନ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ ସହିତ ଭଜନ ସଂନ୍ଧ୍ୟା ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories