www.samajalive.in
Monday, December 8, 2025
16.1 C
Bhubaneswar

କମିଶନରେଟ ପୁଲିସ ହାତରେ ୨ ଲୁଟେରା

ଭୁବନେଶ୍ୱର: ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗୁ ଗିରଫ କରିଛି କମିଶନରେଟ ପୁଲିସ। ୬ ରାଜ୍ୟରେ ଏମାନେ ଥିଲେ ମୋଷ୍ଟ ୱାଣ୍ଟେଡ୍‌‌। ଗୁଜରାଟ, ଓଡ଼ିଶା, ୟୁପି, ଆନ୍ଧ୍ରପ୍ରଦେଶ, ଦିଲ୍ଲୀ, ମହାରାଷ୍ଟ୍ର, ରାଜସ୍ଥାନ ଅଞ୍ଚଳରେ ଆପାର୍ଟମେଣ୍ଟ ଲୁଟ୍‌‌ କରି ଆତଙ୍କ ଖେଳାଇଥିଲେ। ଡିସେମ୍ବର ୨୩ରେ ନିରୁପମା ଆପାର୍ଟମେଣ୍ଟରୁ ଲୁଟି ୧୩ ଲକ୍ଷ ଟଙ୍କା ଚୋରି କରି ଚମ୍ପଟ ମାରିଥିଲେ ଏହି ଗ୍ୟାଙ୍ଗ । ଚନ୍ଦକା, ଇନ୍ଫୋସିଟ, ଭରତପୁର, ମାଞ୍ଚେଶ୍ୱର ଥାନା ଅଂଚଳରେ ଥିବା ଆପାର୍ଟମେଣ୍ଟରୁ ଏହି ଗ୍ୟାଙ୍ଗ କଳାକନା ବୁଲାଇଥିଲା । ତେବେ ଗିରଫ ଅଭିଯୁକ୍ତମାନେ ବାହାର ରାଜ୍ୟର ହୋଇଥିବା ବେଳେ ଏମାନଙ୍କୁ ଧରିବା ପାଇଁ ସିସିଟିଭିରୁ ତଥ୍ୟ ମିଳିଥିଲା।

ରାଜ୍ୟ ବାହାରୁ ଆସି ସୁରକ୍ଷା ବ୍ୟବସ୍ଥା କମ ଥିବା ଆପାର୍ଟମେଣ୍ଟକୁ ଟାର୍ଗେଟ କରି ଲୁଟ୍‌‌ କରୁଥିବା ପୁଲିସ ସୂଚନା ଦେଇଛି। ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୁଲିସ। ସେମାନଙ୍କ ଠାରୁ ନଗଦ ୨ଲକ୍ଷ ଟଙ୍କା, ମୋବାଇଲ ଫୋନ୍‌‌ ଏବଂ ଅପରାଧରେ ବ୍ୟବହୃତ ଗାଡି ଜବତ ହୋଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories