www.samajalive.in
Saturday, December 6, 2025
17.1 C
Bhubaneswar

ହାଜର ହେବେ କି କେଜ୍ରିୱାଲ୍ ?

ନୂଆଦିଲ୍ଲୀ: ଆଜି ଇଡିରେ ହାଜର ହେବେ ନା ପୁଣି ଟାଳିଦେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍। ଦିଲ୍ଲୀ ମଦ ନୀତି ମାମଲାରେ ଗୁରୁବାର ହାଜର ହେବା ଲାଗି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନୋଟିସ୍ କରିଛି। ଚତୁର୍ଥଥର ଲାଗି କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ସମନ ଜାରି କରାଯାଇଥିଲା। ତେବେ ସେ ହାଜର ହେଉଛନ୍ତି କି ନାହିଁ ତା ଉପରେ ସମସ୍ତଙ୍କ ନଜର ରହିଛି। ଗତ ଜାନୁଆରୀ ମାସ ୩ ତାରିଖରେ ହାଜର ହେବା ଲାଗି ତାଙ୍କୁ ସମନ ଜାରି ହୋଇଥିବା ସତ୍ତ୍ବେ ସେ ହାଜର ହୋଇନଥିଲେ। ଜାରି ହୋଇଥିବା ସମନ ବେଆଇନ ହୋଇଥିବା କେଜ୍ରିୱାଲ ଦର୍ଶାଇଥିଲେ। ପୂର୍ବରୁ ତାଙ୍କୁ ନଭେମ୍ବର ୨ ତାରିଖ ଏବଂ ଡିସେମ୍ବର ୨୧ ତାରିଖରେ ମଧ୍ୟ ନୋଟିସ୍ ଜାରି ହୋଇଥିଲା। ଏହି ବହୁଚର୍ଚ୍ଚିତ ମାମଲାରେ କେଜ୍ରିୱାଲ୍ ଅଭିଯୁକ୍ତ ହୋଇନଥିଲେ ମଧ୍ୟ ତାଙ୍କୁ ବାରମ୍ବାର ନୋଟିସ୍ ଜାରି କରାଯାଉଛି। ଜେରା ପରେ କେଜ୍ରିୱାଲଙ୍କୁ ଗିରଫ କାରିବା ନେଇ ବାରମ୍ବାର ଆଶଙ୍କା ପାଇଆସୁଛି। ପୂର୍ବରୁ ମଦ ନୀତି ମାମଲାରେ ଗତବର୍ଷ ଫେବୃଆରୀ ୨୬ ତାରିଖରେ ମନିଷ ସିିସୋଦିଆ ଗିରଫ ହୋଇଥିଲେ । ସେହିପରି ଗତବର୍ଷ ଅକ୍ଟୋବର ୪ ରେ ଆପ୍ ନେତା ସଂଜୟ ସିଂ ଙ୍କୁ ଇଡି ଗିରଫ କରିଥିଲା।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories