www.samajalive.in
Sunday, December 7, 2025
26.1 C
Bhubaneswar

ସୁପର ଓଭର ରୋମାଞ୍ଚ, ଟି୨୦ ଶୃଙ୍ଖଳା ପୋଛିଲା ଭାରତ

ବେଙ୍ଗାଲୁରୁ: ଏମ୍‍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବୁଧବାର ରୋମାଞ୍ଚକର କ୍ରିକେଟ ମୁକାବିଲା ଦେଖିବାକୁ ମିଳିଥିଲା । ଟି୨୦ କ୍ରିକେଟର ଭରପୂର ମଜା ନେଇଥିଲେ ଦର୍ଶକ । ୪୩.୩ ଓଭରରେ ଟି୨୦ କ୍ରିକେଟ ମ୍ୟାଚର ଫଳାଫଳ ବାହାରିଥିଲା । ଶେଷରେ ଭାରତ ଦ୍ୱିତୀୟ ସୁପର ଓଭରରେ ବିଜୟୀ ହୋଇଥିଲା । ଅଧିନାୟକ ରୋହିତ ଶର୍ମାଙ୍କ ଶତକ ବଳରେ ଆଫଗାନିସ୍ତାନ ବିପକ୍ଷ ଟି୨୦ ଶୃଙ୍ଖଳାକୁ ଭାରତ ମୂଳପୋଛ କରିଛି । ଶୃଙ୍ଖଳାର ଅନ୍ତିମ ମ୍ୟାଚରେ ଭାରତ ଦ୍ୱିତୀୟ ସୁପରଓଭରରେ ୧୦ ରନରେ ଆଫଗାନିସ୍ତାନକୁ ପରାସ୍ତ କରିଛି । ଏଥିସହ ଭାରତ ୩ମ୍ୟାଚ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ପୋଛି ନେଇଛି । ପ୍ରଥମ ମ୍ୟାଚରେ ଭାରତ ୬ୱିକେଟ ଓ ଦ୍ୱିତୀୟ ମ୍ୟାଚକୁ ୬ୱିକେଟରେ ଜିତିଥିଲା ।

ରୋହିତ ଶର୍ମାଙ୍କ ୧୨୧ ରନ ଓ ରିଙ୍କୁ ସିଂହଙ୍କ ୬୯ରନ ବଳରେ ୨୧୨ ରନ କରିଥିଲା । ଜବାବରେ ଆଫଗାନିସ୍ତାନ ରେହମାନ୍‍ଉଲ୍ଲା ଗୁର୍‍ ବାଜ୍‍, ଇବ୍ରାହିମ୍‍ ଜର୍ଡାନ ଓ ଗୁଲବଦ୍ଦିନ ନଇବ୍‍ଙ୍କ ଅର୍ଦ୍ଧଶତକ ବଳରେ ୨୧୨ ରନ କରିଥିଲା । ମ୍ୟାଚ ଟାଇ ରହିବାରୁ ସୁପର ଓଭର ଖେଳାଯାଇଥିଲା । ସୁପର ଓଭରରେ ଆଫଗାନିସ୍ତାନ ୧୬ ରନ କରିଥିବା ବେଳେ ଜବାବରେ ଭାରତ ୧ ୱିକେଟରେ ୧୬ ରନ କରିଥିଲା । ପ୍ରଥମ ସୁପରଓଭର ଟାଇ ରହିବାରୁ ଦ୍ୱିତୀୟ ସୁପରଓଭର ଖେଳାଯାଇଥିଲା । ଏଥିରେ ଭାରତ ୧୧ ରନ କରିଥିଲା । ଜବାବରେ ଆଫଗାନିସ୍ତାନ ୧୦ ରନ କରି ପରାସ୍ତ ହୋଇଥିଲା ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories