ମତ୍ସ୍ୟଜୀବୀ ସଙ୍ଘ ପକ୍ଷରୁ ବିସେଶ୍ଵରୀଙ୍କ ପୂଜା ଅନୁଷ୍ଠିତ

କେଶଦୁରାପାଳ: ଆନନ୍ଦପୁର ପୌରପରିଷଦ ଅନ୍ତର୍ଗତ ୪ ଓ ୫ ନମ୍ବର ୱାର୍ଡ଼ରେ ନିଖଳ ଓଡ଼ିଶା ଘଣି ମତ୍ସ୍ୟଜୀବୀ ସଙ୍ଘ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଙ୍ଗଳବାର ରାତିରେ ମା’ ବିସେଶ୍ଵରୀଙ୍କ ପୂଜା ପାଳିତ ହୋଇଯାଇଛି। ପରମ୍ପରା ମୁତାବକ ମକର ସଂକ୍ରାନ୍ତୀ ପରଦିନ ମା’ଙ୍କ ପୂଜା ପାଳନ କରାଯାଇ ଆସୁଥିବା ବେଳେ ପୂର୍ବରୁ ପ୍ରଚଳିତ ପଶୁ ବଳି ପ୍ରଥାକୁ ସମ୍ପୂର୍ଣ ବନ୍ଦ କରାଯାଇ ପଂଚାମୃତ, ଏକ ହାତିଆ ମଣ୍ଡା ପରିବାରର ମହିଳାମାନେ ମୁହଁରେ କପଡ଼ା ବାନ୍ଧି ଗୋଟିଏ ହାତରେ ୭ ଗୋଟି ମଣ୍ଡା ପିଠା ସାତ ଭଉଣୀଙ୍କ ନିମନ୍ତେ ତିଆରି କରିଥା’ନ୍ତି। ସେହିପରି କେନ୍ଦୁଝର ପୁରୁଣା ବଜାର ଭଟ୍ଟସାହି, ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ବରପାଟଣା ଏବଂ ବାଲେଶ୍ବର ଜିଲ୍ଲା ସୋର ଅଂଚଳରେ ଏହି ସମ୍ପ୍ରଦାୟର ଲୋକମାନେ ମା’ ବିସେଶ୍ଵରୀଙ୍କୁ ପୂଜା ବେଶ୍ ଧୁମ୍‌ଧାମ୍‌ରେ ପାଳନ କରୁଥିବା ଦେଖାଯାଇଛି।

Comments are closed.