ମାହାଙ୍ଗା ଡବଲ ମର୍ଡର ମାମଲା: ପ୍ରତାପ ଜେନା ଆଶ୍ବସ୍ତ, ବଢିଲା ଅନ୍ତରୀଣ ସୁରକ୍ଷା ଅବଧି
କଟକ: ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷା ଅବଧି ବୃଦ୍ଧି ହୋଇଛି। ଆସନ୍ତା ଫେବୃଆରୀ ୧ ତାରିଖ ପର୍ଯ୍ୟନ୍ତ ବଢିଛି ତାଙ୍କ ଅନ୍ତରୀଣ ସୁରକ୍ଷା ଅବଧି। ସାଲେପୁର ଜେଏମଏଫସି ଅଦାଲତଙ୍କ ୨୦୨୩, ସେପ୍ଟେମ୍ବର ୨୫ର ନିର୍ଦ୍ଦେଶ ବିରୋଧରେ ପ୍ରତାପ ଜେନା ଦାଖଲ କରିଥିବା ଆବେଦନର ଶୁଣାଣି କରି ବୁଧବାର ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଆଗାମୀ ଫେବୃଆରୀ ୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
Comments are closed.