www.samajalive.in
Tuesday, December 9, 2025
23.1 C
Bhubaneswar

ଅଧିକ ଚିନି ଖାଉଥିଲେ ସାବଧାନ

ମନୁଷ୍ୟ ଖାଉଥିବା ଖାଦ୍ୟ ପଦାର୍ଥରେ ସାଧାରଣତଃ ତିନୋଟି ଉପାଦାନ ରହିଛି। କାର୍ବୋହାଇଡ୍ରେଟ୍‍, ଫ୍ୟାଟ୍‍ ଏବଂ ପ୍ରୋଟିନ୍‍। ମାନବ ଶରୀର ଶକ୍ତି ପାଇଁ କାର୍ବୋହାଇଡ୍ରେଟ୍‍ ଆବଶ୍ୟକ କରିଥାଏ। ଏହି କାର୍ବୋହାଇଡ୍ରେଟ୍ ଗୁଡିକ ଅନେକ ପ୍ରକାରର ଖାଦ୍ୟରେ ପ୍ରାକୃତିକ ଭାବରେ ଆମ ଶରୀରକୁ ମିଳେ । ଏଗୁଡ଼ିକ ପ୍ରାୟତ ଫଳଗୁଡ଼ିକରେ ମିଳିଥାଏ । ଚିନି ଏକ କାର୍ବୋହାଇଡ୍ରେଟ୍ ଯୁକ୍ତ ପଦାର୍ଥ।

ଚିନି ବ୍ୟତୀତ, ଯେତେବେଳେ ଚାଉଳ କିମ୍ବା ମଇଦା ପରି ଅନ୍ୟ ସରଳ କାର୍ବୋହାଇଡ୍ରେଟ୍ ମଧ୍ୟ ଆମ ଶରୀରରେ ପ୍ରବେଶ କରେ, ଆମର ଅନ୍ତନଳୀ ସେମାନଙ୍କୁ ଭାଙ୍ଗି ସେମାନଙ୍କଠାରୁ ଗ୍ଲୁକୋଜ୍ ବାହାର କରିଥାଏ । ଏହି ଗ୍ଲୁକୋଜ ଶରୀରରେ ଇନ୍ଧନ ଭାବରେ କାମ କରେ ଏବଂ ଶକ୍ତି ଯୋଗାଏ।

- Advertisement -

ଯେତେବେଳେ ରକ୍ତରେ ସର୍କରାର ମାତ୍ରା ବଢିଯାଏ ସେତେବେଳେ ଏହା ଆମ ଶରୀରରେ କାମ ବନ୍ଦ କରିଦିଏ। ଏପରି ସ୍ଥିତିରେ ଗ୍ଲୁକୋଜ ଅନ୍ୟ ବିକଳ୍ପ ମାଧ୍ୟମରେ ପ୍ରବେଶ କରିବାକୁ ଚେଷ୍ଟା କରେ। ଯାହାକି କୋଷ ଗୁଡିକରେ ସମସ୍ୟା ସୃଷ୍ଟି କରିଥାଏ। ଫଳରେ ଶରୀରରେ ଗ୍ଲୁକୋଜ ଚର୍ବି ଭଳି ଗଚ୍ଛିତ ହେବା ଆରମ୍ଭ କରେ। ଡାକ୍ତରଙ୍କ ପରାମର୍ଶ ଅନୁସାରେ ଏସବୁ ଦ୍ୱାରା ଶରୀରରେ ଚିନି ସ୍ତର ବଢିବା ସହ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାଏ। ଯେପରିକି ମଧୁମେହ, ରକ୍ତଚାପ, ହୃଦରୋଗ ଏବଂ କର୍କଟ ରୋଗ ହେବାର ଆଶଙ୍କା ରହିଥାଏ।

ଚିନିରୁ ପ୍ରସ୍ତୁତ ହେଉଥିବା ଅନେକ ପ୍ରକାର ମିଠା ଖାଦ୍ୟରେ ସର୍ବାଧିକ କ୍ୟାଲୋରୀ ଥାଏ। ଫଳ ଗୁଡିକରେ ଅଧିକ ଗ୍ଲୁକୋଜ ଏବଂ ଫ୍ରୁଟୋଜ ରହିଥାଏ। କ୍ଷୀର ଏବଂ ପନିର ପରି ଦୁଗ୍ଧଜାତ ଦ୍ରବ୍ୟରେ ଲାକ୍ଟୋଜ୍‍ ମିଳିଥାଏ। ସେହିଭଳି ମହୁ ଏବଂ ଫଳରେ ଗ୍ଲୁଟେନ୍‍ ମିଳିଥାଏ, ଏହା କିନ୍ତୁ କ୍ଷତିକାରକ ନୁହେଁ। ଡାକ୍ତରଙ୍କ ମତ ଅନୁସାରେ ପ୍ରାକୃତିକ ଚିନି ଥିବା ଖାଦ୍ୟକୁ ଅଗ୍ରାଧିକାର ଦିଆଯିବା ଉଚିତ, କାରଣ ଏହା ଆମ ଶରୀରକୁ ପୃଷ୍ଟିକର ଖାଦ୍ୟ ଯୋଗାଇଥାନ୍ତି। ଫଳ ଏବଂ ପନିପରିବାରେ ଫାଇବର, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ରହିଥିବା ବେଳେ ଦୁଗ୍ଧଜାତ ଦ୍ରବ୍ୟରୁ ପ୍ରୋଟିନ୍‍ ଏବଂ କ୍ୟାଲସିୟମ ପାଇଥାଉ।

ଅତ୍ୟଧିକ ଚିନି ଖାଇବା ଦ୍ୱାରା ଶରୀରରେ ଇନସୁଲିନ୍‍ ଅତ୍ୟଧିକ ଉତ୍ପାଦନ ହୋଇଥାଏ। ଏହା ଭୋକକୁ ବଢାଇଥାଏ ଏବଂ ଅନେକ ସମସ୍ୟା ଦେଖାଦେଇଥାଏ।

 

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories