www.samajalive.in
Saturday, December 6, 2025
15.1 C
Bhubaneswar

ଗଲୱାନ ପରେ ଚୀନ ସହ ହୋଇଥିଲା ଆଉ ଦୁଇ ସଂଘର୍ଷ

ଡେସ୍କ: ଗଲୱାନ୍‍ ପରେ ଚୀନ ସୈନ୍ୟ ଓ ଭାରତୀୟ ସୈନ୍ୟ ମଧ୍ୟରେ ଏଲଏସିରେ ଆଉ ଦୁଇଟି ସଂଘର୍ଷ ହୋଇଥିଲା। ସମ୍ପ୍ରତି ସେନାର ୱେଷ୍ଟର୍ଣ୍ଣ କମାଣ୍ଡୋ ଏକ ସମାରୋହର ଆୟୋଜନ କରିଥିଲେ। ଏହି କାର୍ଯ୍ୟକ୍ରମରେ ତଥ୍ୟ ସାମ୍ନାକୁ ଆସିଛି। ୨୦୨୦ରେ ଭାରତ ଏବଂ ଚୀନ ମଧ୍ୟରେ ଗଲୱାନ୍‍ ଘାଟିରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ବିବାଦ ଅନେକ ଦିନ ଧରି ଚାଲିଥିଲା। ଉଭୟ ଦେଶର ସୈନ୍ୟ ପରସ୍ପରକୁ ଆକ୍ରମଣ କରିବାକୁ ଗୋଟିଏ ବି ସୁଯୋଗ ହାତଛଡା କରୁନଥିଲେ। ହେଲେ ଏହି ଘଟଣା ପରେ ଆଉ ଦୁଇଟି ସଂଘର୍ଷ ହୋଇଥିବା ଜଣାପଡିଛି।
ସୂଚନା ଅନୁସାରେ ୱେଷ୍ଟର୍ଣ୍ଣ କମାଣ୍ଡ ଅଫ୍‍ ଆର୍ମି ବୀର ଯବାନମାନଙ୍କୁ ବୀରତ୍ୱ ପୁରସ୍କାର ପ୍ରଦାନ ନିମନ୍ତେ ଏକ ସମାରୋହ ଆୟୋଜନ କରିଥିଲେ। କାର୍ଯ୍ୟକ୍ରମର ପ୍ରସ୍ତୁତି ପତ୍ରରେ ଏହି ତଥ୍ୟ ସାମ୍ନାକୁ ଆସିଛି। ଏହି ଦୁଇଟି ସଂଘର୍ଷରେ ଭାରତୀୟ ସେନା ଚୀନ ସେନାଙ୍କୁ କଡା ଜବାବ ଦେଇଥିବା କୁହାଯାଇଛି।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories