BJD Bijuli 480×75 Mob

ଧାନମଣ୍ଡି ଅବ୍ୟବସ୍ଥା : ୧୨ଘଣ୍ଟିଆ ଦେବଗଡ ଜିଲ୍ଲା ବନ୍ଦ

BJD Bijuli 480×75 Mob

ଦେବଗଡ : ଧାନମଣ୍ଡି ଅବ୍ୟବସ୍ଥାକୁ ନେଇ ମଙ୍ଗଳବାର ୧୨ଘଣ୍ଟିଆ ଦେବଗଡ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ବନ୍ଦ ପାଳନ କରାଯାଉଛି। ଜିଲ୍ଲା କୃଷକ ସଂଘର୍ଷ ସଂଘ ଦେବଗଡ ବନ୍ଦ ଆନ୍ଦୋଳନକୁ ସମ୍ପୂର୍ଣ୍ଣ ଭାବେ ସମର୍ଥନ କରୁଛି। ସମସ୍ତ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ , ସ୍କୁଲ ଏବଂ କଲେଜ ବନ୍ଦ ରହିଥିବା ଦେଖିବାକୁ ମିଳିଛି।

ସେପଟେ ଜିଲ୍ଲାରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ ରହିବା ସହ ଗାଡି ମଟର ଚଳାଚଳ ମଧ୍ୟ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ସକାଳୁ କଂଗ୍ରେସ କର୍ମୀମାନେ ବିଭିନ୍ନ ଛକ ସ୍ଥାନ ମାନଙ୍କରେ ପିକେଟିଂ କରି ଦୋକାନ ବଜାର ବନ୍ଦ କରିଛନ୍ତି। ୪୯ ନଂ ଜାତୀୟ ରାଜପଥ ଉପରେ ଧାନ ବସ୍ତା ରଖି ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଫଳରେ ବହୁ ସଂଖ୍ୟାରେ ଗାଡି ଲମ୍ବା ଧାଡିରେ ଛିଡା ହୋଇରହିଛି।

Comments are closed.