www.samajalive.in
Saturday, December 6, 2025
15.1 C
Bhubaneswar

ଜନଗହଳିପୂର୍ଣ୍ଣ ରାସ୍ତା ଉପରେ ଧସିଲା ପାହାଡ: ମାଟିତଳେ ଚାପି ହୋଇ ୩୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କଲମ୍ବିଆର କୁଡିବୋ ଏବଂ ମେଡେଲିନ୍ ସହରକୁ ସଂଯୋଗ କରୁଥିବା ଏକ ବ୍ୟସ୍ତବହୁଳ ରାସ୍ତାରେ ଭୂସ୍ଖଳନ ହୋଇଛି। ଏଥିରେ ୩୪ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ୧୭ଜଣ ମୃତକଙ୍କ ପରିଚୟ ମିଳିପାରିଛି। ମୃତକଙ୍କ ମଧ୍ୟରେ କିଛି ଶିଶୁ ଥିବା ମଧ୍ୟ କୁହାଯାଉଛି । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି।

ଯାହାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ରାସ୍ତାରେ ଗାଡି ମଟର ଚଳପ୍ରଚଳ କରୁଥିବା ସମୟରେ ହଠାତ୍ ପାହାଡ ଭୁଶୁଡି ପଡିଥିଲା। ଯେଉଁଥିରେ ଅନେକ ଲୋକ ମାଟି ତଳେ ପୋତି ହୋଇରହିଥିଲେ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଭୂସ୍ଖଳନର କାରଣ ଜଣାପଡିନାହିଁ । ତେବେ କିଛି ଦିନ ହେବ କଲମ୍ବିଆରେ ଲଗାଣ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଥିବା ସନ୍ଦେହ କରାଯାଉଛି । ସେପଟେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories