www.samajalive.in
Monday, December 15, 2025
14.1 C
Bhubaneswar

୨୮ ହଜାର ଗଂଜେଇ ଗଛ ନଷ୍ଟ କଲା ପୁଲିସ

ବୌଦ୍ଧ: ବୌଦ୍ଧ ଜିଲାର ଆଭ୍ୟନ୍ତରୀଣ ଜଙ୍ଗଲରୁ ପୋଲିସ ବିଭାଗ ପକ୍ଷରୁ ପ୍ରତିଦିନ ଶହଶହ ଏକର ଅଞ୍ଚଳରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଗଂଜେଇ ଗଛ କଟାଯାଉଥିବା ନେଇ ସରକାରୀ ଭାବରେ ରେକର୍ଡ କରାଯାଉଛି। ଆଭ୍ୟନ୍ତରୀଣ ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ଓ ଗ୍ରାମ୍ୟ ଜଙ୍ଗଲରେ ଥିବା ଜଳ ଉତ୍ସ ଗୁଡିକ ନିକଟରେ ଏହି ଗଂଜେଇ ଚାଷ ପ୍ରବଳ ଭାବରେ କରାଯାଉଥିବା ନଜରକୁ ଆସିଛି। କିନ୍ତୁ ପ୍ରତିଦିନ ଗଂଜେଇ ଗଛ କଟାଯାଉଥିଲେ ମଧ୍ୟ ଜଣେ ମଧ୍ୟ ଚାଷୀଙ୍କୁ ଗିରଫ କରିବାରେ ପ୍ରଶାସନ ସଫଳ ହୋଇ ପାରିନାହିଁ। ଏପଟେ ଗଂଜେଇ ଧରପଗଡ଼ ସମୟରେ ପ୍ରକୃତ ଗଂଜେଇ ବ୍ୟବସାୟୀଙ୍କୁ ନଧରି ଗ୍ରାମର ନିରିହ ଲୋକଙ୍କ ନାମରେ ମୋକଦ୍ଦମା ରୁଜୁ କରାଯାଉଥିବା ଅଭିଯୋଗ ହେଉଥିବା ବେଳେ ବୌଦ୍ଧ ସବଜେଲରେ ବର୍ତମାନ ସର୍ବାଧିକ ବିଚାରାଧିନ ବନ୍ଦୀ ଗଂଜେଇ କାରବାର ଯୋଗୁଁ ଗିରଫ ହୋଇଥିବା ଜଣାପଡ଼ିଛି। ଶନିବାର ଦିନ ବୌଦ୍ଧ ପୁଲିସ ପକ୍ଷରୁ ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ବିଜାପଦର ଗ୍ରାମ ଜଙ୍ଗଲରୁ ୨୮ ଏକର ଅଞ୍ଚଳରେ ହୋଇଥିବା ୨୮ ହଜାର ଗେଂଇ ଗଛ କଟାଯାଇ ନଷ୍ଟ କରାଯାଇଥିବା ଜଣାଯାଇଛି। ମିଳିଥିବା ତଥ୍ୟ ମୁତାବକ ଜଙ୍ଗଲରେ ଏବେ ମଧ୍ୟ ପ୍ରବଳ ମାତ୍ରାରେ ଗଂଜେଇ ଚାଷ ହୋଇଥିବା ଜଣାପଡ଼ିଛି। କିନ୍ତୁ ଚଢାଉ ସମୟରେ ଜାଣିଶୁଣି ଅନ୍ୟ ଆଡେ ଗଂଜେଇ ଗଛ କଟା ଯାଉଥିବା ବେଳେ ପ୍ରକୃତ ଗଂଜେଇ ବ୍ୟବସାୟୀମାନଙ୍କୁ ସଂରକ୍ଷଣ ଦିଆଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଅଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ସହିତ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଞ୍ଚଳର ସଚେତନ ନାଗରିକମାନେ ଦାବି ଜଣାଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories