www.samajalive.in
Saturday, December 13, 2025
27.1 C
Bhubaneswar

ଖଣି ନିଗମ ପରିଚାଳନା ନିର୍ଦ୍ଦେଶକଙ୍କ ଲକ୍ଷ୍ମୀପୁର ଗସ୍ତ

ଲକ୍ଷ୍ମୀପୁର: ରାଜ୍ୟ ଖଣି ନିଗମ ପରିଚାଳକ ବଲବନ୍ତ ସିଂ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକ ଗସ୍ତ କରି ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି। ଶ୍ରୀ ସିଂ ପ୍ରଥମେ କୋଡିଙ୍ଗାମାଳି ଖଣି ଅଞ୍ଚଳକୁ ଯାଇ ଖନନ କାର୍ଯ୍ୟ ଦେଖିବା ସହିତ ଶ୍ରମିକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ପରେ ସେ ଖଣି ନିଗମ ପାଣ୍ଠିରେ ୪ କୋଟି ଟଙ୍କା ବ୍ୟୟରେ ନବ ନିର୍ମିତ ତିନିମହଲା ବିଶିଷ୍ଟ କୋଠା ଓ ବିଜ୍ଞାନ ପ୍ରୟୋଗଶାଳା ପରିଦର୍ଶନ କରିଥିଲେ। ସେ ଅନ୍ୟାନ୍ୟ ଆବଶ୍ୟକତା ନେଇ ଆକଳନ କରିବାକୁ ଗୋଷ୍ଠୀ ଶିକ୍ଷାଧିକାରୀ ଊନ୍ନୟନ ଅଧିକାରୀ ଗୁରେଶ୍ବର ଭୋଇଙ୍କୁ ପରାମର୍ଶ ଦେବା ସହିତ ସହକାରୀ ଯନ୍ତ୍ରୀଙ୍କୁ ଏନେଇ ଟେଣ୍ଡର କରିବା ପାଇଁ କହିଥିଲେ।

ଅନ୍ୟପକ୍ଷରେ ଲକ୍ଷ୍ମୀପୁର ବ୍ଲକର ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଗୁଡିକରେ ଯଦି କିଛି ଆବଶ୍ୟକତା ରହିଛି ତାହାର ତାଲିକା ପ୍ରସ୍ତୁତ କରି ପଠାଇବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ବିଭାଗୀୟ ମାନବ ସମ୍ବଳ ନିର୍ଦ୍ଦେଶକ ଆଲୋକ କୁମାର କରଙ୍କ ସହିତ ଲକ୍ଷ୍ମୀପୁର ଆଞ୍ଚଳିକ ପରିଚାଳକ କାଠି ପ୍ରଧାନ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories