ଚୌଦ୍ୱାର:ଚୌଦ୍ୱାର ଥାନା ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମର ଜଣେ ନାବାଳିକାକୁ ଅପହରଣ କରିଥିବା ଅଭିଯୋଗରେ ଚୌଦ୍ୱାର ପୁଲିସ ୩ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ମଙ୍ଗରାଜପୁରର ବିକାଶ ମଲ୍ଲିକ, ହିମାଂଶୁ ପରିଡ଼ା ଏବଂ ବିସ୍ମୟ ରାଉତ।
ପୁଲିସ ସୂଚନା ଅନୁଯାୟୀ ଉକ୍ତ ନାବାଳିକାକୁ ଅପହରଣ କରାଯାଇଥିବା ନାବାଳିକାର ବାପା ଗତ ୩୧ ତାରିଖ ଦିନ ଥାନାରେ ଅଭିଯୋଗ କରିଥିଲେ। ଏସ୍ଆଇ ସ୍ୱାତୀ ସାହୁ ଘଟଣାର ତଦନ୍ତ କରି ଢ଼େଙ୍କାନାଳ ଅଞ୍ଚଳରୁ ନାବାଳିକାକୁ ଉଦ୍ଧାର କରିବା ସହିତ ଅପହରଣର ମୁଖ୍ୟ ଅଭିଯୁକ୍ତ ବିକାଶ ମଲ୍ଲିକକୁ ଗିରଫ କରିଥିଲେ।
ବିକାଶର ବୟାନ ଅନୁସାରେ ତାକୁ ସହଯୋଗ କରିଥିବା ତାର ଦୁଇବନ୍ଧୁ ହିମାଂଶୁ। ଓ ବିସ୍ମୟକୁ ମଧ୍ୟ ପୁଲିସ ଗିରଫ କରିଛି। ବିକାଶ ଏକତରଫା ପ୍ରେମରେ ବିଫଳ ହେବାରୁ ନାବାଳିକା ଜଣକୁ ଅପହରଣ କରିଥିଲା ବୋଲି ପୁଲିସ ସୁତ୍ରରୁ ସୂଚନା ମିଳିଛି । ନାବାଳିକା ଜଣକୁ କଟକ ବସୁନ୍ଧରା ଆଶ୍ରମରେ ଛଡ଼ା ଯିବା ସହିତ ଅଭିଯୁକ୍ତ ମାନଙ୍କୁ ଅଦାଲତ ଚାଲାଣ କରାଯାଇଛି।



