www.samajalive.in
Monday, December 15, 2025
14.1 C
Bhubaneswar

ଯୁବକଙ୍କ ଆତ୍ମହତ୍ୟା ; ମୃତ୍ୟୁ ଖବର ଶୁଣିବା ପରେ ସାବତ ମାଆଙ୍କ ଚାଲିଗଲା ଜୀବନ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଗୋଛାପଡା ଥାନା ଲୋଇସିଂ ପଞ୍ଚାୟତର ରଞ୍ଜୀଣୀ ଗାଁରେ ଏକ ଦୁଃଖଦ ଘଟଣା ଘଟିଛି। ଏହି ଗାଁରେ ଦୀର୍ଘଦିନ ଧରି ରହି ଆସୁଥିବା ସୁଶାନ୍ତ ହରିପାଳ ନାମକ ଜଣେ ଯୁବକ ବିଷପିଇ ଆତ୍ମହତ୍ୟା ଉଦ୍ୟମ କରି
ମେଡିକାଲରେ ମୃତ୍ୟୁ ବରଣ କରିଥିବା ବେଳେ ଯୁବକଙ୍କ ମୃତ୍ୟୁ ଖବର ଶୁଣି ତାଙ୍କ ସାବତ ମାଆଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରଗାଁ ପଞ୍ଚାୟତ ମହିବିଲା ଗାଁର ସ୍ବର୍ଗତ କୃଷ୍ଣଚନ୍ଦ୍ର ହରିପାଳଙ୍କ ପୁଅ ସୁଶାନ୍ତ ହରିପାଲ ଲୋଇସିଂ ପଞ୍ଚାୟତ ରଞ୍ଜୀଣୀ ଗାଁର ବିଜୟ ଦିଗାଳ ନାମକ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଦୀର୍ଘ ଦିନ ହେଲା ରହି ଆସୁଥିଲେ। କୌଣସି କାରଣକୁ ନେଇ ସୁଶାନ୍ତ ହରିପାଲ ସୋମବାର ଦିନ ବିଷଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଵା ବେଳେ ଗୁରୁତର ଅବସ୍ଥାରେ ତାଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ସାହାଯ୍ୟରେ ପ୍ରଥମେ ବାଲାନ୍ଦାପଡା ପ୍ରାଥମିକ ଚିକିତ୍ସାଳୟ ଓ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ।
ମଙ୍ଗଳବାର ସକାଳେ ଫୁଲବାଣୀ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଖବରପାଇ ଗୋଛାପଡା ପୁଲିସ ମେଡିକାଲରେ ପହଞ୍ଚି ୨/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ଶବକୁ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଅନ୍ୟପଟେ ମୃତ ଯୁବକଙ୍କ ପିତା ଦୁଇଜଣଙ୍କୁ ବିବାହ କରିଥିବା ବେଳେ ପୁଅର ମୃତ୍ୟୁ ଖବର ଶୁଣି ମୃତ ଯୁବକଙ୍କ ସାବତମା ପୋଇନ ହରିପାଲଙ୍କର ମଧ୍ୟ ହୃତଘାତରେ ମୃତ୍ୟ ହୋଇଥିବା ସୂଚନା ମିଳିଥିବା ବେଳେ ଏହି ଘଟଣାକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ଅନ୍ୟପଟେ ଯୁବକଙ୍କ ମରଶରୀର ତାଙ୍କ ଗାଁ ମହିବିଲା ପହଞ୍ଚିବା ପରେ ଗାଁ ମଶାଣିରେ ଗୋଟିଏ ଯୁଇରେ ଉଭୟ ମା ଓ ପୁଅର ଚିତା ଜଳିଛି ଓ ତେବେ ମୃତ ଯୁବକ କାହିଁକି ଆତ୍ମହତ୍ୟା କଲେ ତାହାର କାରଣ ସ୍ପଷ୍ଟ ହୋଇନଥିବା ବେଳେ ପୁଲିସର ତଦନ୍ତ ପରେ ଘଟଣାର ସତ୍ୟତା ଜଣାପଡିବ ବୋଲି ଘଟଣାର ତଦନ୍ତ ଦାୟିତ୍ୱରେ ଥିବା ଗୋଛାପଡା ଥାନାରେ ଅତିରିକ୍ତ ଥାନା ଅଧିକାରୀ ମନୋରଞ୍ଜନ ଭୋଇ କହିଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories