www.samajalive.in
Saturday, December 6, 2025
19.1 C
Bhubaneswar

କେରଳରେ ଦାଦନ ଶ୍ରମିକଙ୍କ ମୃତ୍ୟୁ; ଗାଁକୁ ଫେରିପାରୁନି ମୃତଦେହ

ଲାଞ୍ଜିଗଡ଼: ଦାଦନ ରୋକିବାକୁ ମନରେଗା ଯୋଜନାରେ ଶହଶହ କୋଟି ଟଙ୍କାର ଅନୁଦାନ ଆସୁଥିବାବେଳେ କଳାହାଣ୍ଡି ଜିଲ୍ଲାରେ ଏବେ ଜି ବି ଦାଦନ ସଂଖ୍ୟା ହ୍ରାସ ପାଉନାହିଁ। ଏପରିକି କଳାହାଣ୍ଡିରୁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ଶ୍ରମିକମାନେ ନିର୍ଯାତିତ ହୋଇ ଫେରୁଛନ୍ତି ତ କେବେ ଶୋକାକୂଳ ପରିସ୍ଥିତିରେ ସେମାନଙ୍କ ମୃତଦେହ ଘରକୁ ଫେରୁଛି। ଏହିପରି ଭାବେ ଜିଲ୍ଲାର ଲାଞ୍ଜିଗଡ଼ ବ୍ଲକ ଲାଞ୍ଜି ପଞ୍ଚାୟତ ସିନ୍ଧିପଦର ଗାଁର ଟୁନା ସୁନା ନାମକ ଜଣେ ଯୁବକଙ୍କର କେରଳ ରାଜ୍ୟ ମୂଲରକେରାଠାରେ ଏକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିବା ଖବର ମିଳିଛି। ଦାଦନ ଖଟିବାକୁ ଯାଇଥିବା ଟୁନା ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଇଥିବାବେଳେ ଅର୍ଥାଭାବ ଯୋଗୁଁ ତାଙ୍କ ମୃତଦେହ ଗାଁକୁ ଅଣାଯାଇ ପାରୁନାହିଁ। ଏହାକୁ ନେଇ ଗ୍ରାମରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିବାବେଳେ ନିଜ ପୁଅର ମୃତଦେହ ଫେରାଇ ଆଣିବାକୁ ପ୍ରଶାସନ ଓ ଶ୍ରମ ବିଭାଗ ନିକଟରେ ଟୁନାଙ୍କ ବାପା ବିଷ୍ଣୁ ସୁନା ଆକୁଳ ନିବେଦନ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories