ଡେସ୍କ: କେରଳର ଜଣେ ପ୍ରଫେସରଙ୍କ ପାପୁଲି କାଟିବା ମାମଲାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଫେରାର ଥିବା ମୁଖ୍ୟ ତଥା ଶେଷ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏଜେନ୍ସି କହିଛି ଯେ ଏହି ମାମଲାରେ ଅଭିଯୁକ୍ତ ସବାଦକୁ ଧରାଇ ଦେବା ଲାଗି ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ଏନଆଇଏ ସବାଦକୁ କେରଳର କନ୍ନୁରରୁ ଗିରଫ କରିଛି। ସେ ଗତ ୧୩ ବର୍ଷ ହେବ ଫେରାର ଥିଲା।
୨୦୧୦ରେ ପ୍ରଫେସର ପି.ଜେ ଜୋସେଫଙ୍କ ପାପୁଲି କାଟି ହତ୍ୟା ଉଦ୍ୟମ ମାମଲାରେ ସେ ମୁଖ୍ୟ ଅଭିଯୁକ୍ତ ଥିଲା। ଏପର୍ଯ୍ୟନ୍ତ ୧୯ ଜଣ ଅଭିଯୁକ୍ତଙ୍କୁ ଏହି ମାମଲାରେ ଦଣ୍ଡିତ କରାଯାଇଛି। ଇଡୁକି ଜିଲ୍ଲାର ଏକ କଲେଜରେ ପରୀକ୍ଷା ଚାଲିଥିବା ବେଳେ ପ୍ରଶ୍ନପତ୍ର ନେଇ ମହମ୍ମଦ ସହାବଙ୍କୁ ପରିହାସ କରୁଥିବା ଅଭିଯୋଗରେ ଅଭିଯୁକ୍ତ ପ୍ରଫେସରଙ୍କ ଉପରେ ଆକ୍ରମଣ କରିଥିଲା।



