www.samajalive.in
Sunday, December 14, 2025
19.1 C
Bhubaneswar

କତାର ବନ୍ଦୀଶାଳାରୁ ମୁକ୍ତି ପାଇଁ ୬୦ଦିନର ସମୟ

ନୂଆଦିଲ୍ଲୀ: କତାରରେ ବନ୍ଦୀଥିବା ୮ ଭାରତୀୟଙ୍କୁ ଆଶ୍ୱସ୍ତି ମିଳିଛି। ଆଗାମୀ ୬୦ ଦିନ ମଧ୍ୟରେ କତାର ବନ୍ଦୀଶାଳାରେ ବନ୍ଦୀ ଥିବା ୮ଜଣ ପୂର୍ବତନ ନୌସେନା ଅଧିକାରୀ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଆବେଦନ କରିପାରିବେ। ଏନେଇ ବୈଦେଶିକ ମନ୍ତ୍ରାଳୟ ମୁଖପାତ୍ର ରନ୍ଧାରୀ ଜୈସୱାଲ ସୂଚନା ଦେଇଛନ୍ତି। ସେ କହିଛନ୍ତି, କତାରରେ ବନ୍ଦୀଥିବା ୮ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୁକ୍ତ କରିବା ପାଇଁ ୬୦ ଦିନ ସମୟ ଦିଆଯାଇଛି। ଅଧିକାରୀମାନେ ନିରନ୍ତର ନିଜ ପରିବାର ସଦସ୍ୟ ଓ ଲିଗାଲ ଟିମ୍‌ ସହ ଯୋଗାଯୋଗରେ ଅଛନ୍ତି। ଏହି ପ୍ରସଙ୍ଗରେ ଆଇନ ଦଳ କାର୍ଯ୍ୟ କରୁଛି।

ସୂଚନା ଅନୁସାରେ, ଅକ୍ଟୋବର ୨୬ ତାରିଖରେ କତାରର ପ୍ରଥମ ଇନଷ୍ଟାନ୍ସ କୋର୍ଟ ୮ ଭାରତୀୟ ନୌସେନା କର୍ମଚାରୀଙ୍କୁ ମୃତ୍ୟୁଦଣ୍ଡ ଦେଇଥିଲେ। ଯାହାକୁ ବିରୋଧ କରି ଭାରତ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ଏହାପରେ ଗତ ମାସରେ କୋର୍ଟ ମୃତ୍ୟୁଦଣ୍ଡକୁ ସ୍ଥଗିତ ରଖିଥିଲେ।

Hot this week

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

Related Articles

Popular Categories