କଟକ: ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ କମଳା ପୂଜାରୀ। କିଛି ଦିନ ପୂର୍ବରୁ ସେ ଜ୍ୱର ଓ କାଶରେ ପୀଡ଼ିତ ଥିଲେ। ହେଲେ ପୁଣି ଥରେ ତାଙ୍କର କିଡ୍ନୀଜନିତ ସମସ୍ୟା ଦେଖାଦେଇଛି। ଯାହାଫଳରେ ତାଙ୍କୁ ପ୍ରଥମେ ଜୟପୁରସ୍ଥିତ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ତାଙ୍କୁ ନ୍ୟୁ ମେଡିସିନ୍ ୱାର୍ଡରେ ରଖାଯାଇଛି। ମେଡିସିନ୍ ଏବଂ ପଲ୍ୟୁମନାରୀ ବିଭାଗର ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଛନ୍ତିି। ୨୦୨୨ ଅଗଷ୍ଟ ୨୫ ତାରିଖରେ ମଧ୍ୟ କିଡ୍ନୀଜନିତ ସମସ୍ୟା କାରଣରୁ ତାଙ୍କୁ କଟକ ଏସସିବିରେ ଭର୍ତ୍ତି କରାଯାଇଥିଲା। ପରେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ତାଙ୍କୁ ଡିସଚାର୍ଜ କରାଯାଇଥିଲା।
Popular Categories



