www.samajalive.in
Sunday, December 7, 2025
15.1 C
Bhubaneswar

ଟ୍ରକ ଚାଳକଙ୍କ ସହ ସାମିଲ ହେବେ ବସ ଚାଳକ ସଂଘ – ଚାଳକ ମହାସଂଘର ଅନିର୍ଦିଷ୍ଟକାଳ ଧର୍ମଘଟ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ନୂଆ ସଡ଼କ ଦୁର୍ଘଟଣା ଆଇନକୁ ବିରୋଧ କରି ଚାଳକ ମହାସଂଘର ଅନିର୍ଦିଷ୍ଟକାଳ ଷ୍ଟିଅରିଂ ଛାଡ଼ ଧର୍ମଘଟ ଆରମ୍ଭ କରିଛି। ନୂତନ ଆଇନ ଅନୁସାରେ ଦୁର୍ଘଟଣା ଘଟାଇ ଗାଡି ଚାଳକ ସୂଚନା ନଦେଇ ଚାଲିଗଲେ ୧୦ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହିତ ୭ଲକ୍ଷ ଟଙ୍କା ଚାଳକଙ୍କୁ ଜୋରିମାନ ଦେବାକୁ ପଡିବ। ଏହାକୁ ବିରୋଧ କରି ଦେଶବ୍ୟାପୀ ଚାଳକ ମହାସଂଘ ଗୁଡିକ ଧର୍ମଘଟକୁ ଓହ୍ଲାଇ ଥିବାବେଳେ ଓଡ଼ିଶାରେ ଚାଳକମାନେ ଦୁଇଟି ଦାବିକୁ ନେଇ ଗୁରୁବାରଠାରୁ ଧର୍ମଘଟକୁ ଓହ୍ଲାଇଛନ୍ତି। କେନ୍ଦ୍ର ସରକାରଙ୍କ ନୂଆ ଆଇନ ପ୍ରତ୍ୟାହାର ଏବଂ ରାଜ୍ୟ ସରକାର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହେଲେ ବୀମାରାଶି ବାବଦରେ ଅର୍ଥ ପ୍ରଦାନ କରିବାକୁ ଘୋଷଣା କରିଥିବା ବେଳେ ତାହାକୁ କାର୍ଯ୍ୟକାରୀ କରାଯାଉ ନାହିଁ। ଏହାକୁ ବିରୋଧ କରି ରାଜ୍ୟରେ ଚାଳକମାନେ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିଛନ୍ତି।

ଓଡ଼ିଶା ଚାଳକ ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି, ୧୦ ଲକ୍ଷ ଟଙ୍କା ଜୋରିମାନା ଦେଇ ପାରୁଥିଲେ ସେମାନେ ଚାଳକ କାହିଁକି ହୋଇଥାନ୍ତେ। ଗାଡି ଚାଳକ କେବେ ଜାଣିଶୁଣି ଦୁର୍ଘଟଣା କରେନାହିଁ। ଦୁର୍ଘଟଣା ଘଟିଲେ ଲୋକ କିଛି ନବୁଝି ପ୍ରଥମେ ଚାଳକଙ୍କୁ ଦୋଷ ଦେଇ ଆକ୍ରମଣ କରନ୍ତି। ନିଜ ଜୀବନ ବଞ୍ଚାଇବାକୁ ସେମାନେ ଖସି ପଳାନ୍ତି। କେନ୍ଦ୍ର ସରକାର ନୂତନ ଆଇନକୁ ପ୍ରତ୍ୟାହାର କରନ୍ତୁ, ନଚେତ ସଂଶୋଧନ କରନ୍ତୁ। ଚାଳକମାନେ ଦୁର୍ଘଟଣାସ୍ଥଳରେ ସୂଚନା ଦେବା ଏବଂ ଆହତଙ୍କୁ ଡାକ୍ତରଖାନା ନେବାରେ କିଛି ସମସ୍ୟା ନାହିଁ। ସେହି ସମୟରେ ସାଧାରଣ ଲୋକଙ୍କ କବଳରୁ ଚାଳକ କିପରି ରକ୍ଷା ପାଇବ ସେଥିନିମନ୍ତେ ଆଇନରେ ବ୍ୟବସ୍ଥା କରାଯାଉ। ପୂର୍ବରୁ ରାଜ୍ୟ ସରକାର ଦୁର୍ଘଟଣାରେ ଚାଳକଙ୍କ ମୃତ୍ୟୁ ହେଲେ ବୀମାରାଶି ବାବଦରେ ୪ଲକ୍ଷ ଆର୍ଥିକ ସହାୟତା ଏବଂ ଅନ୍ୟ କୌଣସି କାରଣରୁ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ଦିଆଯିବ ବୋଲି ଘୋଷଣା କରିଥିଲେ। ଏହାରି ଭିତରେ ଅନେକ ଚାଳକଙ୍କ ଦୁର୍ଘଟଣା ଏବଂ ରୋଗରେ ମୃତ୍ୟୁ ହୋଇଥିବା ବେଳେ ସରକାର ଜଣଙ୍କ ପରିବାରକୁ ହେଲେ ବୀମା ବାବଦ ଅାର୍ଥିକ ସହାୟତା ଦେଇନାହାନ୍ତି।

- Advertisement -

ଅଧିକାଂଶ ଦୁର୍ଘଟଣା ମଦ ଯୋଗୁଁ ଘଟୁଥିବାରୁ ସରକାର ମଦ ଦୋକାନ କାହିଁକି ବନ୍ଦ କରୁ ନାହାନ୍ତି ବୋଲି ବ୍ରହ୍ମପୁର ଟ୍ରକ୍‌ ଆସୋସିଏସନ ପ୍ରଶ୍ନ କରିଛି। ଆଗାମୀ ଦୁଇ ଦିନ ମଧ୍ୟରେ ସମଗ୍ର ରାଜ୍ୟର ଚାଳକ ଆନ୍ଦୋଳନରେ ସାମିଲ ହେବେ। ଗୁରୁବାର ବୈଠକ ବସି ତୁରନ୍ତ ଧର୍ମଘଟ କରିବାକୁ ନିଷ୍ପତ୍ତି ନିଆଯାଇ ଥିବାରୁ ଦୂରଦୂରାନ୍ତ ଯାଇଥିବା ଲୋକ ଫେରିବା ପାଇଁ ଦୁଇଦିନ ପର୍ଯ୍ୟନ୍ତ ବସ ଚଳାଚଳରେ କୋହଳ କରାଯିବ। ତୃତୀୟ ଦିନଠାରୁ ଧର୍ମଘଟକୁ ବ୍ୟାପକ କରାଯିବ। ଯେତେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ଦାବି ପୂରଣ କରିବେ ସେତେବେଳେ ଧର୍ମଘଟ ସ୍ଥଗିତ ରଖାଯିବ ବୋଲି ଓଡ଼ିଶା ଚାଳକ ମହାସଂଘ ପକ୍ଷରୁ କୁହାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories