www.samajalive.in
Saturday, December 6, 2025
14.1 C
Bhubaneswar

ଯୁବତୀଙ୍କୁ ପ୍ରେମ କରିବାରୁ ହତ୍ୟାକଲା କିନ୍ନର ବନ୍ଧୁ -ରଶ୍ମିରଞ୍ଜନ ହତ୍ୟା ରହସ୍ୟ ଉନ୍ମୋଚିତ

ଖୋର୍ଦ୍ଧା : ବେଗୁନିଆ ବ୍ଲକ ସିକୋ ଫାଣ୍ଡି ଅନ୍ତର୍ଗତ ଶଗଡ଼ଭଙ୍ଗା ଗ୍ରାମରେ ମଙ୍ଗଳବାର ସାଙ୍ଗକୁ ପିଟିପିଟି ହତ୍ୟା କରିଥିବା ଘଟଣାର ରହସ୍ୟ ଉନ୍ମୋଚିତ ହୋଇଛି। ପ୍ରେମ ସମ୍ପର୍କ ଯୋଗୁଁ ଅଭିଯୁକ୍ତ ଲୁହା ରଡରେ ପିଟିପିଟି ହତ୍ୟା କରିଥିବା ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଏସ୍‌ଡିପିଓ ଦିଲୀପ କୁମାର ଦାସ।
ସେ କହିଛନ୍ତି, ହତ୍ୟାକାରୀ ସୋମନାଥ ଲାଠୀ ଏବଂ ମୃତକ ରଶ୍ମିରଞ୍ଜନ ବଳିଆରସିଂହଙ୍କ ମଧ୍ୟରେ ଦୀର୍ଘ ୫ବର୍ଷ ହେବ ବନ୍ଧୁତା ରହିଥିଲା। ଉଭୟ କଳାକାର ହୋଇଥିବାରୁ ସେମାନେ ବିଭିନ୍ନ ସ୍ଥାନକୁ ଯାଇ ଯାତ୍ରା, ନାଟକ ଆଦିରେ ନୃତ୍ୟ କରିଥାନ୍ତି। ଅଭିଯୁକ୍ତ ଜଣଙ୍କ କିନ୍ନର ହୋଇଥିବାରୁ ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ‌େ‌ପ୍ରମସମ୍ପର୍କ ଗଢ଼ି ଉଠିଥିଲା। ଏମିତିକି ତାଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଥିବା ତଦନ୍ତ ବେଳେ ଅଭିଯୁକ୍ତ ସ୍ବୀକାର କରିଛି। ଏହାରି ମଧ୍ୟରେ ଗତ ୪ ମାସ ହେବ ମୃତକ ଓ ଅନ୍ୟ ଏକ ଯୁବତୀଙ୍କ ମଧ୍ୟରେ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା। ଯାହାକୁ ନେଇ ବିଭିନ୍ନ ସମୟରେ ସୋମନାଥ ଏବଂ ରଶ୍ମିରଞ୍ଜନଙ୍କ ମଧ୍ୟରେ ଝଗଡ଼ା ଲାଗୁଥିଲା। ଗତ ମଙ୍ଗଳବାର ଉଭୟ ଏକ କାର୍ଯ୍ୟକ୍ରମ ସାରି ରଶ୍ମିରଞ୍ଜନଙ୍କ ଘରେ ଶୋଇଥିଲେ। ତାଙ୍କ ମା’ ଜୟନ୍ତୀ ବଳିଆରସିଂହ ଏବଂ ଭଉଣୀ କୌଣସି କାମରେ ଘରୁ ବାହାରକୁ ଚାଲିଯାଇଥିଲେ। ସେହି ସମୟରେ ଉଭୟଙ୍କ ମଧ୍ୟରେ ଉକ୍ତ ଯୁବତୀଙ୍କ କଥାକୁ ନେଇ ବଚସା ହୋଇଥିଲା। ସୋମନାଥ ଯୁବତୀଙ୍କ ସହ ସମ୍ପର୍କ ରଖିବାକୁ ବାରଣ କରିଥିଲେ। ଉଭୟଙ୍କ ମଧ୍ୟରେ ଝଗଡ଼ା ଜୋରଦାର ହେବାପରେ ଶେଷରେ ସୋମନାଥ ରାଗିଯାଇ ତୁ ମୋର ନୁହେଁ ଯଦି ଆଉ କାହାର ହେବୁନାହିଁ କହି, ପାଖରେ ଥିବା ଲୁହା ରଡରେ ରଶ୍ମିରଞ୍ଜନଙ୍କ ମୁଣ୍ଡକୁ ପ୍ରହାର କରିଥିଲା। ଅତି ବୀଭତ୍ସ ଭାବେ ତାଙ୍କୁ ହତ୍ୟା କରିବା ପରେ ସେଠାରୁ ଚାଲିଯାଇଥିଲା ବୋଲି ପଚରାଉଚରା ବେଳେ ଅଭିଯୁକ୍ତ ସ୍ବୀକାର କରିଥିବା ଶ୍ରୀ ଦାସ କହିଛନ୍ତି।
ସୂଚନା ଥାଉକି, ବୁଧବାର ଅଭିଯୁକ୍ତକୁ ଯାଜପୁର ପୁଲିସ ଯାଜପୁର ଟାଉନରୁ ଗିରଫ କରି ଖୋର୍ଦ୍ଧା ପୁଲିସର ଜିମା ଦେଇଥିଲା। ଅଭିଯୁକ୍ତର ଘର ଚନ୍ଦନପୁର ଥାନା ଅଧୀନ କୁଳିଆପଡ଼ା ଗ୍ରାମରେ। ଅଭିଯୁକ୍ତକୁ ଗିରଫ କରିବା ପାଇଁ ଏସ୍‌ପି ସିଦ୍ଧାର୍ଥ କାଟାରିଆଙ୍କ ନେତୃତ୍ୱରେ ୩ଟି ଦଳ ଗଠନ କରାଯାଇଥିଲା। ଗୋଟିଏ ଦଳ ଅଭିଯୁକ୍ତର ଗାଁରେ ତଦନ୍ତ କରୁଥିବା ବେଳେ ଆଉ ଦୁଇଟି ଦଳ ଖୋର୍ଦ୍ଧାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ହତ୍ୟାରେ ବ୍ୟବହୃତ ଲୁହା ରଡ଼ ପୁଲିସ ଜବତ କରିଛି। ସମ୍ମିଳନୀରେ ଖୋର୍ଦ୍ଧା ଅତିରିକ୍ତ ଏସ୍‌ପି ସୁରେନ୍ଦ୍ର ନାଥ ମୁର୍ମୁ, ଜଙ୍କିଆ ଥାନାଧିକାରୀ ପ୍ରଜ୍ଞା କର ଓ ସିକୋ ଫାଣ୍ଡି ଅଧିକାରୀ ବ୍ରହ୍ମାନନ୍ଦ ସ୍ୱାଇଁ ଉପସ୍ଥିତ ଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories