www.samajalive.in
Saturday, December 6, 2025
16.1 C
Bhubaneswar

ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା; କନ୍ଧମାଳର ଶ୍ରେୟାଂସ ସାହୁ ଓ ସାଧ୍ଵୀ ମୈତ୍ରୀ ପୁରସ୍କୃତ

ଫୁଲବାଣୀ: ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ବ ହାସଲ କରିଛନ୍ତି କନ୍ଧମାଳର ଶ୍ରେୟାଂସ ସାହୁ ଓ ସାଧ୍ଵୀ ମୈତ୍ରୀ। ପୁରୀର ପ୍ରଜ୍ଞାନ ମିଶନ ତରଫରୁ ଫୁଲବାଣୀରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଓ ଜିଲ୍ଲାସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରି ରାଜ୍ୟସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତାରେ ଭାଗ ନେଇ କନ୍ଧମାଳର କେନ୍ଦ୍ରୀୟ ବିଦ୍ୟାଳୟର ୫ମ ଶ୍ରେଣୀ ଛାତ୍ର ଶ୍ରେୟାଂସ ସାହୁ ଓ ସ୍ବାମୀ ଚିଦାନନ୍ଦ ବିଦ୍ୟାଳୟରେ ପଢ଼ୁଥିବା ସାଧ୍ଵୀ ମୈତ୍ରୀ ରାଜ୍ୟସ୍ତରରେ ମଧ୍ୟ କୃତିତ୍ୱ ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏହି ପ୍ରତିଯୋଗିତାରେ ତାଙ୍କୁ ମାନପତ୍ର ସହିତ ଟ୍ରଫି ପ୍ରଦାନ କରାଯାଇଛି। ଏଥି ସହିତ ଏକ ବର୍ଷ ପର୍ୟ୍ୟନ୍ତ ମାସିକ ବୃତ୍ତି ମଧ୍ୟ ଘୋଷଣା କରାଯାଇଛି। କୃତି ଛାତ୍ର ଜଣକ ବାପା ରଞ୍ଜିତ କୁମାର ସାହୁ ଓ ମାତା ହେମଲତା ସାହୁଙ୍କ ପୁଅ। ପୁରୀସ୍ଥିତ ବାଲିଘାଇ ଗୁରୁକୁଳ ଆଶ୍ରମଠାରେ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପୁରୀ ଗଜପତି ମହାରାଜା ଓ ଅନ୍ୟ ଗୁରୁମାନଙ୍କ ଦ୍ଵାରା ସେମାନେ ପୁରସ୍କୃତ ହୋଇଥିବା ବେଳେ ସେମାନଙ୍କ କୃତିତ୍ୱ ପାଇଁ ପରିବାର ବର୍ଗ, ଶିକ୍ଷକ/ଶିକ୍ଷୟିତ୍ରୀ ଶୁଭେଚ୍ଛା ଜଣାଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories