ଡେସ୍କ: କେପ୍ ଟାଉନର ନ୍ୟୁଲ୍ୟାଣ୍ଡସ୍ ଷ୍ଟାଡିୟମରେ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟରେ ଭାରତ ଆୟୋଜକ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟରେ ପରାସ୍ତ କରି ସିରିଜକୁ ୧-୧ରେ ରଖିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସରେ ସମସ୍ତ ୱିକେଟ୍ ହରାଇ ୧୭୬ ରନ୍ ସ୍କୋର କରିଥିଲା। ଜସପ୍ରୀତ ବୁମରା ୬ଟି ୱିକେଟ୍ ନେଇଥିଲେ।
ଗତକାଲି ଭାରତ ପ୍ରଥମ ଇନିଂସରେ ୧୫୩ ରନ୍ ସଂଗ୍ରହ କରି ୯୮ ରନ୍ ଆଗରେ ରହିଥିଲା। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୫୫ ରନ୍ ସ୍କୋର କରି ସମସ୍ତ ୱିକେଟ୍ ହରାଇଥିଲା।



