www.samajalive.in
Monday, December 15, 2025
15.1 C
Bhubaneswar

ମୁକ୍ତ ହେବେ ୯୬୫୨ କଏଦୀ

ଡେସ୍କ: ମିଆଁମାରର ସାମରିକ ସରକାର ଦେଶର ସ୍ୱାଧୀନତା ଦିବସ ଅବସରରେ ୯ ହଜାର ୬୫୨ ଜଣ କଏଦୀଙ୍କୁ ମୁକ୍ତ କରିବେ। ଏଥିମଧ୍ୟରେ ୧୧୪ ଜଣ ବିଦେଶୀ କଏଦୀ ମଧ୍ୟ ଅଛନ୍ତି। ମିଆଁମାରର କେନ୍ଦ୍ରୀୟ ପ୍ରଶାସନ ପରିଷଦ ଏକ ଘୋଷଣାରେ କହିଛି ଯେ ଅନ୍ୟ ଦେଶ ସହ ତଥା ମାନବିକତା ଭିତ୍ତିରେ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

ମିଆଁମାର ଚଳିତ ବର୍ଷ ଦେଶର ଉତ୍ତର ଭାଗରେ ସଂକଟଜନକ ପରିସ୍ଥିତି ଦେଇ ଗତି କରୁଛି। ସଶସ୍ତ୍ର ଜାତୀୟ ସମୂହ ସମସ୍ତ ସୀମାବର୍ତ୍ତୀ ପ୍ରବେଶ ପଥ କବଜା କରିଥିବାରୁ ଚୀନ୍ ସହିତ ବାଣିଜ୍ୟ ଅବରୋଧ ହେବାର ଆଶଙ୍କା ବୃଦ୍ଧି ପାଇଛି।

- Advertisement -

ବ୍ରିଟିଶ ଶାସନ କବଳରୁ ସ୍ୱାଧୀନତା ପାଇବା ପରେ ମିଆଁମାର ପ୍ରତିବର୍ଷ ଜାନୁଆରୀ ୪ରେ କିଛି ବନ୍ଦୀଙ୍କୁ ମୁକ୍ତ କରିଥାଏ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories