www.samajalive.in
Monday, December 15, 2025
14.1 C
Bhubaneswar

ସ୍ଥାନାନ୍ତରଣ ହେବ କଟକ ହରିଣ ପାର୍କ, ସୂଚନା ଦେଲେ ମେୟର ସୁବାଶ ସିଂ

କଟକ: କଟକ ହରିଣ ପାର୍କ ସ୍ଥାନାନ୍ତରଣ ହେବ। କଟକ ହରିଣ ପାର୍କରେ ୨୯୨ ହରିଣରୁ ୧୦/୨୦ଟି ହରିଣ ରହିବେ ବୋଲି ମେୟର ସୁବାଶ ସିଂ ସୂଚନା ଦେଇଛନ୍ତି। କଟକ ହରିଣ ପାର୍କ ସ୍ଥାନାନ୍ତରଣ ନେଇ ମେୟର ସୁବାଶ ସିଂ କହିଛନ୍ତି ଯେ ହରିଣ ପାର୍କ କଟକ ମାଟିର ଐତିହ୍ୟ ଏବଂ ଏହି ପାର୍କରେ ୧୦ରୁ ୨୦ଟି ହରିଣ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ୧୯୮୧ ମସିହାରୁ ଆରମ୍ଭ ପାର୍କରେ ଏବେ ୨୯୨ଟି ହରିଣ ଅଛନ୍ତି ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି।

ଏଠାରେ ସୂଚନା ଯୋଗ୍ୟ ଯେ କଟକ ହରିଣ ପାର୍କରେ ଜାଗା କମ ରହିଥିବାବେଳେ ଅଧିକ ହରିଣ ଅଛନ୍ତି। କମ ଜାଗାରେ ଅଧିକ ହରିଣ ରହୁଥିବାରୁ ସେମାନଙ୍କୁ ବହୁ ସମସ୍ୟା ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ଫଳରେ ହରିଣଗୁଡ଼ିକ ସ୍ଥାନାନ୍ତର କରିବା ପାଇଁ ଦାବି ହୋଇଥିଲା। ଏଠାରେ ଅଳ୍ପ ସଂଖ୍ୟକ ହରି ରଖି ବାକି ସମସ୍ତ ହରିଣ ଗୁଡ଼ିକ ଚନ୍ଦକା ଅଭୟାରଣ୍ୟର ଏକ ସ୍ଥାନରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। କଟକ ହରିଣ ପାର୍କରେ ୧୦ରୁ ୨୦ ହରିଣ ରଖାଯିବା ପରେ ଅନ୍ୟ ସମସ୍ତ ହରିଣଗୁଡ଼ିକୁ ଚନ୍ଦକା ଅଭୟାରଣ୍ୟକୁ ସ୍ଥାନାନ୍ତରଣ କରାଯିବ ବୋଲି ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories