ରକ୍ତ ପାଇଁ ଅଧିକ ଅର୍ଥ ଦାବି କରିପାରିବେ ନାହିଁ ହସ୍ପିଟାଲ
ଡେସ୍କ: କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ ରକ୍ତ କ୍ରୟ ପାଇଁ ପ୍ରକ୍ରିୟାକରଣ ଶୁଳ୍କ ବ୍ୟତୀତ ଅନ୍ୟ ସମସ୍ତ ଦେୟ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଡାକ୍ତରଖାନାଗୁଡ଼ିକରେ ରକ୍ତ ପାଇଁ ଅତ୍ୟଧିକ ଅର୍ଥ ଦାବି କରାଯାଉଥିବା ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ପୂର୍ବରୁ ମଧ୍ୟ ଏ ବାବଦରେ ନିର୍ଦ୍ଦେଶାବଳୀ ଜାରି କରାଯାଇଥିଲା ଏବଂ ସଂଗଠନ ଏବେ ଏହି ନିର୍ଦ୍ଦେଶନାମା ଜାରି କରିଛି ଓ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ଏହାକୁ କଡାକଡି ଭାବେ ଅନୁସରଣ କରିବାକୁ କହିଛି।
Comments are closed.