ପାଟଣା ଅଞ୍ଚଳରେ ହାତୀଙ୍କ ଉପଦ୍ରବ, ଭାଙ୍ଗିଲେ ଦୁଇ ଘର
ପାଟଣା: କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ୨୫ ଟିକିଆ ହାତୀ ପଲଙ୍କ ଉପଦ୍ରବ ଲାଗିରହିଛି । ଗତକାଲି ସାହାରପଡା ବନକ୍ଷେତ୍ରରୁ ବୈତରଣୀ ପାର ହୋଇ ଭବିଷାକୁଦରର ଦୋଳଗୋବିନ୍ଦ ମିଶ୍ରଙ୍କ କଦଳୀ ବାଡ଼ି ଖାଇଯିବା ସହ କଦଳୀ ବାଡି ମାଡ଼ି ମକଚି ନଷ୍ଟ କରିଥିଲେ । ଏହାପରେ ପୁଟୁଳିଆ ସ୍ଥିତ ଉଦ୍ୟାନ ବିଭାଗ ପାଚେରୀ ଭାଙ୍ଗିବା ସହ ଶରତ ମହାନ୍ତଙ୍କ ଘର କାନ୍ଥ ଭାଙ୍ଗି ଧାନ ଖାଇଦେଥିଲେ। ସେହିପରି ସ୍ୱାମ ଖସାପିଟା ସାହିର ମିଥୁନ ମହାନ୍ତଙ୍କ ଘର ଭାଙ୍ଗିବା ସହ ୧୫ କୁଇଣ୍ଟାଲ ଧାନ ସହ ଏକ କୁଇଣ୍ଟାଲ ଚାଉଳ ଖାଇ ଦେଇଥିଲେ। ଫଳରେ ବର୍ତ୍ତମାନ ଅଞ୍ଚଳ ବାସୀ ଭୟଭିତ ଅବସ୍ଥାରେ ରହିଛନ୍ତି। ହାତୀ ପଲ ଏବେ ଗୋବରାବେଡା ନିକଟ ଜଙ୍ଗଲରେ ଡେରା ପକାଇଥିବାବେଳେ ଅଞ୍ଚଳ ବାସୀ ଶୀଘ୍ର ଏହି ହାତୀ ପଲ ଙ୍କୁ ଘଉଡାଇବା ପାଇଁ ଦାବୀ କରିଛନ୍ତି। ବନ ବିଭାଗ କ୍ଷୟକ୍ଷତିର ଆକଳନ କରିଥିବା ଜଣାପଡ଼ିଛି ।
Comments are closed.