www.samajalive.in
Sunday, December 7, 2025
26.1 C
Bhubaneswar

ରବୀନ୍ଦ୍ର ମଣ୍ଡପରେ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ କାର୍ୟ୍ୟକ୍ରମର ଶୁଭାରମ୍ଭ

ଭୁବନେଶ୍ୱର: ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସ୍ଥାନୀୟ ରବିନ୍ଦ୍ର ମଣ୍ଡପ ଠାରେ ଆଜିଠାରୁ ଆରମ୍ଭ ହୋଇଛି। ଓଡିଶା ପରିବାର ନିର୍ଦ୍ଦେଶାଳୟ ଓ ଆମେରିକାସ୍ଥିତ ନୃତ୍ୟ ସାଧନା ସଂସ୍ଥାର ମିଳିତ ଆନୁକୂଲ୍ୟରେ ଏବଂ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ସହଯୋଗରେ ଏହି ଆୟୋଜିତ ଏହି ଦୁଇ ଦିନିଆ କାର୍ୟ୍ୟକ୍ରମଆଜିଠାରୁ ଆରମ୍ଭ ହୋଇଛି।ଏହି କାର୍ୟ୍ୟକ୍ରମ ନିମନ୍ତେ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ ।
ଆଜିର ପ୍ରଥମ ଦିନରେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଓଡିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁଜାତା ରାଉତ କାର୍ତ୍ତିକେୟନ, ସ୍ୱତନ୍ତ୍ର ସଚିବ ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ ସୁବୋଧ ଚନ୍ଦ୍ର ଆଚାର୍ୟ୍ୟ, ନୃତ୍ୟ ସାଧନା ନିର୍ଦ୍ଦେଶକ ଡଃ ତାପସୀ ରଥ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ଗବେଷଣା କେନ୍ଦ୍ର ମୁଖ୍ୟ କାର୍ୟ୍ୟ ନିର୍ବାହୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଏଭଳି କାର୍ୟ୍ୟକ୍ରମ ଆୟୋଜନ ଦ୍ୱାରା ଓଡିଶୀ ନୃତ୍ୟଶିଳ୍ପୀ ମାନେ ପ୍ରୋତ୍ସାହିତ ହୋଇ ପାରିବେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ ।
ଓଡିଶୀ ନୃତ୍ୟରେ ଜୀବନ ବ୍ୟାପୀ ସାଧନା ନିମନ୍ତେ ନୃତ୍ୟଶିଳ୍ପୀ ଓ ନୃତ୍ୟଗୁରୁମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ପଦ୍ମଶ୍ରୀ କୁମକୁମ ମହାନ୍ତିଙ୍କୁ ପ୍ରଥମ ପ୍ରବାସୀ ନୃତ୍ୟ ସଙ୍ଗମ ସମ୍ମାନ ପ୍ରଦାନ କରାଯାଇଥିବା ବେଳେ ପଦ୍ମଶ୍ରୀ ଅରୁଣା ମହାନ୍ତିଙ୍କୁ ଅନ୍ତର୍ଜାତିକ ଆଇକନ ଓ ଜ୍ୟୋତି ରାଉତଙ୍କୁ ପ୍ରବାସୀ ନୃତ୍ୟ ଗୁରୁ ସମ୍ମାନ ପ୍ରଦାନ କରାଯାଇଥିଲା । ନୃତ୍ୟ ସାଧନା ସଂସ୍ଥାର ତପସ୍ୟା ରାୟଙ୍କୁ ପ୍ରବାସୀ ଯୁବ ପ୍ରତିଭା ଓ ପ୍ରୀତିଶା ମହାପାତ୍ରଙ୍କୁ ଯୁବ ସମ୍ମାନ ପ୍ରଦାନ କରାଯାଇଛି । ଆଜିର ପ୍ରଥମ ଦିନରେ ନରେନ୍ଦ୍ରପୁରର ଯୋଡି ଶଙ୍ଖ ଓ ବ୍ରହ୍ମଗିରିର ଗୋଟିପୁଅ ନୃତ୍ୟ ପରିବେଷଣ ହୋଇଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories