www.samajalive.in
Saturday, December 6, 2025
16.1 C
Bhubaneswar

ମହାରାଷ୍ଟ୍ରରେ ପ୍ରଥମ କୋଭିଡ-୧୯ ଜେଏନ.୧ ସଂକ୍ରମିତ ଚିହ୍ନଟ

ଡେସ୍କ: ମହାରାଷ୍ଟ୍ରରେ ପ୍ରଥମ କୋଭିଡ-୧୯ ଜେଏନ.୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ, ସିନ୍ଧୁଦର୍ଗ ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କ ପୁରୁଷ ବାସିନ୍ଦା JN.1 ପ୍ରକାରରେ ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, କୋଭିଡର ଏହି ପ୍ରକାର ଦ୍ରୁତ ଗତିରେ ବିସ୍ତାର କରୁଥିଲେ ମଧ୍ୟ ଜନସ୍ୱାସ୍ଥ୍ୟ ପାଇଁ ନିମ୍ନ ସ୍ଥରର ବିପଦ ଶ୍ରେଣୀଭୁକ୍ତ।

ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ତଦାରଖ କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଡାକ୍ତରଖାନା ଗୁଡିକର ପ୍ରସ୍ତୁତି ମୂଲ୍ୟାଙ୍କନ କରିବାକୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ଏବଂ ବେସରକାରୀ ମେଡିକାଲ କଲେଜ ସମେତ ୧ ହଜାର ୨୬୪ ଡାକ୍ତରଖାନାରେ ସେପ୍ଟେମ୍ବର ୧୫ରୁ ୧୭ ଯାଏଁ ମକ୍ ଡ୍ରିଲ୍ କରାଯାଇଥିଲା।

- Advertisement -

ଅନ୍ୟପକ୍ଷରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଏବଂ ଡାକ୍ତର ମାନଙ୍କୁ କୋଭିଡ-୧୯ / ସ୍ୱାଇନ୍ ଫ୍ଲୁ ରୋଗ ଉପରେ ନିୟମିତ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ଡାକ୍ତରଖାନାଗୁଡ଼ିକରେ ଐସୋଲେସନ ୱାର୍ଡ ପ୍ରତିଷ୍ଠା କରାଯାଇଛି ଏବଂ ସ୍ୱାଇନ୍ ଫ୍ଲୁ ମୃତ୍ୟୁର ବାଧ୍ୟତାମୂଳକ ଡାକ୍ତରୀ ଅଡିଟ୍ ପାଇଁ ପରାମର୍ଶ ଦିଆଯାଇଛି।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories