www.samajalive.in
Saturday, December 6, 2025
15.1 C
Bhubaneswar

‘ସମାଜ ରିଲିଫ୍‍’ ପକ୍ଷରୁ ଜନ୍ତାରୀ ଓ ଭୂମିଜ ଗ୍ରାମରେ କମ୍ବଳ ବଣ୍ଟନ  

କେନ୍ଦୁଝରଗଡ଼ : କେନ୍ଦୁଝର ଜିଲା ବାଂଶପାଳ ବ୍ଲକର ସବୁଠାରୁ ଅନୁନ୍ନତ ତଥା ପଛୁଆ ଗୋନାସିକା ପଞ୍ଚାୟତ ଜନ୍ତାରୀ ଏବଂ କୋଡିପଶା ପଞ୍ଚାୟତର ଭୂମିଜ ଗ୍ରାମରେ ‘ସମାଜ ରିଲିଫ ପାଣ୍ଠି’ ପକ୍ଷରୁ ଗରୀବ ଓ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ ମଙ୍ଗଳବାର କମ୍ବଳ ବଣ୍ଟନ କରାଯାଇଛି ଗୋପବନ୍ଧୁ ସେବା କେନ୍ଦ୍ରର ସଦସ୍ୟା ପୂଣ୍ୟଶୀଳା ପାଣି, ପ୍ରଣତୀ ରାଉତ, ବୈଶାଳୀ ପ୍ରିୟଦର୍ଶିନୀ, ସ୍ମୀତା କୁଅଁର, ସ୍ୱେଛାସେବୀ ରାଜଲକ୍ଷ୍ମୀ ମଲ୍ଲିକ, ସଦସ୍ୟ ଡ.ବିମ୍ବାଧର ବେହେରା, ହୀରାଲାଲ ମାରାଣ୍ଡି, ଡା.ଉମାକାନ୍ତ ପତ୍ରୀ ପ୍ରମୁଖ ଅପହଞ୍ଚ ଏହି ଦୁଇ ଗ୍ରାମରେ ପହଞ୍ଚି୧୨୦ଜଣ ଅସହାୟ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବାଣ୍ଟିଥିଲେଛ ।

 

- Advertisement -

କେନ୍ଦୁଝର ଜିଲାରେ ଗତ କିଛିଦିନ ଧରି ଶୀତର ପ୍ରକୋପ ଜାରି ରହିଥିବା ବେଳେ ‘ସମାଜ ରିଲିଫ ପାଣ୍ଠି’ ପକ୍ଷରୁ ଏଭଳି କମ୍ବଳ ବଣ୍ଟନ କାର୍ଯ୍ୟକ୍ରମକୁ ସାଧାରଣରେ ବେଶ୍‍ ପ୍ରଶଂସା କରାଯାଇଛି ା ଏଥିସହ ସେବାକେନ୍ଦ୍ର ସଦସ୍ୟା ସଦସ୍ୟଙ୍କ ପକ୍ଷରୁ ଏହି ଦୁଇ ଗ୍ରାମର ଶିଶୁ ଓ କିଶୋର ବାଳକ ବାଳିକା ମାନଙ୍କୁ ବିସ୍କୁଟ୍‍ ଓ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା ା

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories