www.samajalive.in
Tuesday, December 9, 2025
26.1 C
Bhubaneswar

କୋଟିଏ ଟଙ୍କା ହେରଫେର ମାମଲା; ଆଇଡିବିଆଇ ଶାଖା ପରିଚାଳକ ଗିରଫ

ନବରଙ୍ଗପୁର: ନବରଙ୍ଗପୁର ଆଇଡିବିଆଇ ବ୍ୟାଙ୍କରେ ୧ କୋଟି ଟଙ୍କା ହେରଫେର ମାମଲାରେ ବ୍ୟାଙ୍କର ଶାଖା ପରିଚାଳକ ଅଞ୍ଜନ କୁମାର ଶତପଥୀଙ୍କୁ ପୁଲିସ ଗିରଫ କରିଛି। ମଙ୍ଗଳବାର ଅପରାହ୍ନରେ ନବରଙ୍ଗପୁର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ କୃଷ୍ଣ ଚନ୍ଦ୍ର ଭତରା ଓ ଥାନା ଅଧିକାରୀ ସମ୍ବିତ କୁମାର ବେହେରା ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ବ୍ୟାଙ୍କର ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ଡିଜେଏମ ସ୍ୱରୂପ ଦତ୍ତ ୧ କୋଟି ଟଙ୍କାର ହେରଫେର ନେଇ ନବରଙ୍ଗପୁର ଥାନାରେ ଏତଲା ଦେବାପରେ ପୁଲିସ ବ୍ୟାଙ୍କର ଶାଖା ପରିଚାଳକଙ୍କୁ ସୋମବାର ସନ୍ଧ୍ୟାରେ ଥାନାରେ ଅଟକ ରଖି ପଚରାଉଚରା କରିଥିଲେ। ଶାଖା ପରିଚାଳକ ୧ କୋଟି ଟଙ୍କା ବ୍ୟାଙ୍କ ଆକାଉଣ୍ଟରେ ଜମା ନକରି ବ୍ରହ୍ମପୁରର ୮ ଜଣଙ୍କର ଆକାଉଣ୍ଟରେ ୬୩ ଲକ୍ଷ ଟଙ୍କା ଜମା କରିବା ସହ ୩୭ଲକ୍ଷ ଟଙ୍କା ବିଭିନ୍ନ ସମୟରେ ଉଠାଣ କରିଛନ୍ତି। ଗତ ଦେଢ଼ ବର୍ଷ ହେଲା ସେ ଏଠାରେ ଯୋଗଦେବା ପରଠାରୁ ଏହି ହେରଫେର ହୋଇଥିବା ଜଣାପଡ଼ିଥିଲା। ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ କରାଯିବା ପରେ ଘଟଣାର ସତ୍ୟତା ଜଣାପଡିଛି। ବ୍ୟାଙ୍କର କୋଷାଧ୍ୟକ୍ଷଙ୍କୁ ଚାପ ସୃଷ୍ଟି କରି ସେ ଟଙ୍କାକୁ ଅନ୍ୟ ଆକାଉଣ୍ଟରେ ଜମା କରିଥିଲେ। ତେବେ ଶାଖା ପରିଚାଳକ ଅଞ୍ଜନ ଶତପଥି ଛୁଟିରେ ରହିବା ପରେ ଅନ୍ୟ ଜଣେ ଭାରପ୍ରାପ୍ତ ଶାଖା ପରିଚାଳକ ଯୋଗ ଦେଇଥିଲେ। ସେ ବ୍ୟାଙ୍କର ଏହି ହେରଫେର ଜାଣିବା ପରେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଏହାପରେ ଗତ ୧୫ ତାରିଖରେ ବ୍ୟାଙ୍କର ଇନ୍ସପେକ୍ସନ ହୋଇଥିଲା। ଏହାର ସତ୍ୟତା ଜଣାପଡିବା ପରେ ଡିଜିଏମ ସ୍ୱରୂପ ଦତ୍ତ ଥାନାରେ ଏତଲା ଦେଇଥିଲେ। ପୁଲିସ ତଦନ୍ତରେ ଶାଖା ପରିଚାଳକ ଅଞ୍ଜନ ଶତପଥୀ ଟଙ୍କା ଆତ୍ମସାତକୁ ସ୍ୱୀକାର କରିଥିବା ପୁଲିସ ପକ୍ଷରୁ କୁହାଯାଇଛି। ଅପରାହ୍ନରେ ଅଞ୍ଜନଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ତେବେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଜେଲ ପଠାଇ ଦିଆଯାଇଥିବା ଜଣାପଡିଛି।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories