ଗୋପାଳପୁର କଲେଜ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ଗୋପାଳପୁର: ଗୋପାଳପୁର କଲେଜ ପକ୍ଷରୁ ନୂଆ ଓଡ଼ିଶା ଯୋଜନାର ସାମାଜିକ କାର୍ଯ୍ୟକ୍ରମ ଆୟୋଜନ ଅବସରରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଡ. ରାମ ପ୍ରସାଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଲେଜ ପରିଚାଳନା କମିଟିର ସଭାପତି ସି. ଏଚ ଦିଲେଶ୍ଵର ରେଡି, ବକ୍ତା ଭାବେ ଗୋପାଳପୁର ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ, ସମ୍ମାନିତ ଅତିଥି ଭାବେ ଗୋପାଳପୁର ଏନଏସି ଅଧ୍ୟକ୍ଷ ଏ. ଜାନକୀ ରାମ ଯୋଗ ଦେଇ ସଡ଼କ ସୁରକ୍ଷାର ନିୟମ, ଛାତ୍ରଛାତ୍ରୀମାନଙ୍କ ଦାୟିତ୍ୱ ସହ ସଡ଼କ ସୁରକ୍ଷା ନିୟମ ପାଳନ କରିବାରେ ସହଯୋଗ କରିବାକୁ କହିଥିଲେ। ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଏସ. ରୂପଲକ୍ଷ୍ମୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ନୋଡାଲ ଅଫିସର ଉମାକାନ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ପରେ ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ, ଏହାକୁ ଅତିଥିମାନେ ସବୁଜ ପତକା ଦେଖାଇ ଶୁଭାରମ୍ଭ କରିଥିଲେ। ପରେ ଗୋପାଳପୁର ନଗର ପରିକ୍ରମା କରି ହେଲମେଟ ପିନ୍ଧି ଗାଡ଼ି ଚଳାଇବା, ମୋବାଇଲ ବ୍ୟବହାର ନ କରି ଗାଡ଼ି ଚଳାଇବା, ମଦ ନ ପିଇ ଗାଡ଼ି ଚଳାଇବା ଆଦି ଉପରେ ସ୍ଲୋଗାନ ଦେଇ ଲୋକଙ୍କୁ ସଚେତନ କରାଇଥିଲେ। ଏହି କାର୍ଯ୍ୟକ୍ରମରେ ଡ଼. ପୁରୁଷୋତ୍ତମ ସାହୁ, ଡ. ରାମଚନ୍ଦ୍ର ଜେନା, ଜି. ଗଜପତି ରାଓ, ଡ. ଚଞ୍ଚଳା ଜେନାଙ୍କ ସମେତ ଏନସିସି, ରୋବର, ରେଡ଼କ୍ରସର ସ୍ୱେଚ୍ଛାସେବୀଙ୍କ ସମେତ ଶିକ୍ଷକ, ଅଣଶିକ୍ଷକ, ଛାତ୍ରଛାତ୍ରୀ, କର୍ମଚାରୀ ଉପସ୍ଥିତ ଥିଲେ।
Comments are closed.