www.samajalive.in
Tuesday, December 9, 2025
15.1 C
Bhubaneswar

ଆଇଏଲଓ କର୍ମଶାଳାରେ ଓଡ଼ିଶାରୁ ଯୋଗଦେଲେ ଅବକାଶ ସାହୁ 

ହରଭଙ୍ଗା: ନୂଆଦିଲ୍ଲୀଠାରେ ବିଶ୍ୱ ଶ୍ରମିକ ସଂଗଠନ(ଆଇଏଲଓ) ପକ୍ଷରୁ ସାରା ଦେଶର ବଛା ବଛା ଶ୍ରମିକ ନେତା ଓ ସମାଜସେବୀଙ୍କର ଦୁଇଦିନିଆ କର୍ମଶାଳା ନୂଆଦିଲ୍ଲୀ କର୍ଣ୍ଣଟ ପ୍ୟାଲେସସ୍ଥିତ ହୋଟେଲ ପାର୍କଠାରେ ଅନୁଷ୍ଠିତ ହୋଇଛି। ଏଥିରେ ସଫେଇ କ୍ଷେତ୍ରରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ସାମାଜିକ ତଥା ଛୁଆଙ୍କର ଭବିଷ୍ୟତ ସୁରକ୍ଷା ନିମିତ୍ତ ଦୁଇଦିନ ଧରି ଆଲୋଚନା ଚାଲିବ। ଏହି କର୍ମଶାଳାକୁ ଓଡ଼ିଶାର ବିଶିଷ୍ଟ ଶ୍ରମିକନେତା ତଥା ବୌଦ୍ଧ ୯ ନମ୍ବର ଜୋନର ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ ଅବକାଶ ସାହୁ ସ୍ୱତନ୍ତ୍ର ଭାବେ ବିଭିନ୍ନ ଆଲୋଚନାରେ ଭାଗନେବା ପାଇଁ ନିମନ୍ତ୍ରିତ ହୋଇଛନ୍ତି। ପ୍ରଥମ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ପରାମର୍ଶଦାତା ଅମରଜିତ ସିହ୍ନା, ରୋହିତ କର୍କର ଉପଦେଷ୍ଟା ସିପିଏଚ ଇ ଇ ଓ ଅମିତ ନିର୍ମଳ ଡିଡଜ କେନ୍ଦ୍ର ସରକାରଙ୍କ ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ପରମିତା ଦତ୍ତ ଦେ ପ୍ରଫେସର ଜାତୀୟ ଗ୍ରାମୀଣ ମନ୍ତ୍ରଣାଳୟ ପ୍ରମୁଖ ଯୋଗଦେଇଥିବା ଜଣାଯାଇଛି। ଏଥିରେ ରାଜ୍ୟ ସରକାର କିଭଳି ସଫେଇ କର୍ମଚାରୀଙ୍କୁ ଘରୋଇ କମ୍ପାନୀ ହାତରେ ଟେକିଦେଇ ନୀରବରେ ବସିରହିଛନ୍ତି ଏବଂ ଗ୍ରାମାଞ୍ଚଳରେ ଅନେକ ଅର୍ଥବ୍ୟୟ ହେଉଥିବା ସତ୍ୱେ କିଭଳି ଦିଶାହୀନ ହୋଇପଡିଛି ସେ ସମ୍ପର୍କରେ ମତାମତ ପ୍ରଦାନ କରିଥିବା ପ୍ରକାଶ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories