www.samajalive.in
Sunday, December 7, 2025
23.1 C
Bhubaneswar

କାର୍-ହାଇୱା ମୁହାଁମୁହିଁ ଧକ୍କା; ଜିଲା ଫାର୍ମାସିଷ୍ଟ ସଂଘ ସଭାପତି ମୃତ

ନବରଙ୍ଗପୁର: ଏକ ସଡ଼କ ଦୁର୍ଘଟଣାରେ ଜିଲା ଫାର୍ମାସିଷ୍ଟ ସଂଘର ସଭାପତି ତେନ୍ତୁକିଖୁଣ୍ଟି ବ୍ଲକ ଅନ୍ତର୍ଗତ ଅଞ୍ଚଳଗୁମା ନିବାସୀ ସୁବୀର ସାହୁ (୪୮)ଙ୍କର ମୃତ୍ୟୁ ଘଟିଛି। ବୁଧବାର ଭୋର ସମୟରେ ନିଜ କାରରେ ଭୁବନେଶ୍ୱରରୁ ନିଜ ଗାଁ ଅଞ୍ଚଳଗୁମା ଫେରିବା ସମୟରେ କୋରାପୁଟ ଜିଲା ଲକ୍ଷ୍ମୀପୁର ଡିଡି ଘାଟି ନିକଟରେ କାର୍ ଏବଂ ହାଇୱା ମୁହାଁମୁହିଁ ଧକ୍କା ହୋଇଥିଳା। ଫଳରେ କାରରେ ବସିଥିବା ୪ଜଣ ବ୍ୟକ୍ତି ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ପ୍ରାଥମିକ ଚିକିତ୍ସା କରାଯାଇ କୋରାପୁଟ ମେଡିକାଲ କଲେଜକୁ ପଠାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁବୀର ସାହୁଙ୍କର ମୃତ୍ୟୁ ଘଟିଛି। ସେ ଜିଲା ଫାର୍ମାସିଷ୍ଟ ସଂଘର ସଭାପତି ପଦରେ ଥିଲେ। ନିଜର ଉତ୍ତମ ବ୍ୟକ୍ତିତ୍ୱ ପାଇଁ ସମସ୍ତଙ୍କ ସହ ପରିଚିତ ଥିଲେ । ଶବ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକ ମୃତଦେହ ଧରି ଗାଁକୁ ଫେରିଛନ୍ତି। ଅନ୍ୟ ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories