ମୋବାଇଲ ଚୋରି ମହଙ୍ଗା ପଡିଲା, ବିବାହ ବେଦୀରୁ ‘ଚୋରବର’କୁ ଉଠାଇ ନେଲା ପୁଲିସ
ମୁମ୍ବାଇ . – ମୋବାଇଲ ଚୋରି କରିବା ମହଙ୍ଗା ପଡ଼ିଲା । ମୋଟରସାଇକେଲରେ ଦ୍ରୁତ ଗତିରେ ମହିଳାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ଯୁବକକୁ ପୁଲିସ ବିବାହ ବେଦୀରୁ ଉଠାଇ ନେଇଛି । ମୁମ୍ବାଇ ନିକଟସ୍ଥ ବାନ୍ଦ୍ରାରେ ଏହି ଘଟଣା ଘଟିଛି । ଅଜୟ ସୁନୀଲ ଧୋତେ ନାମକ ଯୁବକ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଜଣେ ମହିଳାଙ୍କଠାରୁ ମୋବାଇ ଛଡାଇ ନେଇ ଦ୍ରୁତ ଗତିରେ ମଟର ସାଇକେଲରେ ପଳାଇଥିଲେ । ଚୋରିରେ ତାଙ୍କୁ ଅଲତାଫ୍ ମୀରଜା ନାମକ ଆଉଜଣେ ଯୁବକ ସହଯୋଗ କରିଥିଲେ। ଏହି ସବୁ ଘଟଣା ସିସି ଟିଭିରେ କଏଦ ହୋଇଥିଲା । ପୁଲିସ ଏହି ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା ।
ଧୋତେ ଓ ମୀରଜାଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୩୯୨ରେ ମାମଲା ରୁଜୁ କରାଯାଇଥିଲା । ଡକାୟତିମାମଲାରେ ପୁଲିସ ତାଙ୍କୁ ଖୋଜୁଥିଲା । ଚୋରି କରିବା ସମୟରେ ଏହି ଦୁଇଜଣ ମିଜ ମଟରସାଇକେଲ ନମ୍ବରରେ ବ୍ଲାକଟେପ୍ ମାରି ଦେଇଥିଲେ , ହେଲେ ଚୋରିର ପୁରା ଦୃଶ୍ୟ ସ୍ପଷ୍ଟ ଭାବରେ କ୍ୟାମେରାରେ କଏଦ ହୋଇଥିଲା । ସେହିଦିନ ଏହି ମୋବାଇଲକୁ ଦୁଇଜଣ ବିକ୍ରି ଦେଇଥିଲେ। ପୁଲିସ ସିସି ଟିଭି ଫୁଟେଜ ଦେଖିବା ପରେ ଧୋତେ ଘରକୁ ଯାଇଥିଲା। ହେଲେ ସେଠାରେ ସେ ବାହା ହେଉଥିବା ଦେଖିବାକୁ ପାଉଥିଲା । ଚୋରିରେ ସାହାଯ୍ୟ କରିଥିବା ମୀରଜା ସେହି ସମୟରେ ନାଚୁଥିଲା। ପୁଲିସ ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଏହି ଦୁଇଜଣ ମହିଳାଙ୍କୁ ଲକ୍ଷ୍ୟ ରଖି ଚୋରି କରୁଥିଲେ । ସାଧାରଣତଃ ଏକୁଟିଆ ମହିଳାଙ୍କୁ ଲୁଟ୍ କରୁଥିଲେ ।