www.samajalive.in
Saturday, December 6, 2025
16.1 C
Bhubaneswar

ମୋବାଇଲ ଚୋରି ମହଙ୍ଗା  ପଡିଲା, ବିବାହ ବେଦୀରୁ ‘ଚୋରବର’କୁ ଉଠାଇ ନେଲା ପୁଲିସ

ମୁମ୍ବାଇ . – ମୋବାଇଲ ଚୋରି କରିବା ମହଙ୍ଗା ପଡ଼ିଲା । ମୋଟରସାଇକେଲରେ ଦ୍ରୁତ ଗତିରେ ମହିଳାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ଯୁବକକୁ ପୁଲିସ   ବିବାହ ବେଦୀରୁ ଉଠାଇ ନେଇଛି । ମୁମ୍ବାଇ ନିକଟସ୍ଥ  ବାନ୍ଦ୍ରାରେ ଏହି ଘଟଣା ଘଟିଛି । ଅଜୟ ସୁନୀଲ ଧୋତେ ନାମକ ଯୁବକ ନିଜ ବିବାହର ଗୋଟିଏ ଦିନ ପୂର୍ବରୁ ଜଣେ ମହିଳାଙ୍କଠାରୁ ମୋବାଇ ଛଡାଇ ନେଇ ଦ୍ରୁତ ଗତିରେ ମଟର ସାଇକେଲରେ ପଳାଇଥିଲେ । ଚୋରିରେ ତାଙ୍କୁ ଅଲତାଫ୍‌ ମୀରଜା ନାମକ ଆଉଜଣେ ଯୁବକ ସହଯୋଗ କରିଥିଲେ। ଏହି ସବୁ ଘଟଣା ସିସି ଟିଭିରେ କଏଦ ହୋଇଥିଲା । ପୁଲିସ ଏହି ଚୋରମାନଙ୍କୁ ଧରିବା ପାଇଁ ଉଦ୍ୟମ ଆରମ୍ଭ  କରିଥିଲା ।

ଧୋତେ ଓ ମୀରଜାଙ୍କ ନାମରେ ଭାରତୀୟ ପିଙ୍ଗଳଧାରା ୩୯୨ରେ ମାମଲା ରୁଜୁ  କରାଯାଇଥିଲା । ଡକାୟତିମାମଲାରେ ପୁଲିସ ତାଙ୍କୁ ଖୋଜୁଥିଲା ।  ଚୋରି  କରିବା ସମୟରେ ଏହି ଦୁଇଜଣ ମିଜ ମଟରସାଇକେଲ ନମ୍ବରରେ ବ୍ଲାକଟେପ୍‌ ମାରି ଦେଇଥିଲେ , ହେଲେ ଚୋରିର ପୁରା ଦୃଶ୍ୟ ସ୍ପଷ୍ଟ ଭାବରେ କ୍ୟାମେରାରେ କଏଦ ହୋଇଥିଲା । ସେହିଦିନ ଏହି ମୋବାଇଲକୁ ଦୁଇଜଣ ବିକ୍ରି ଦେଇଥିଲେ। ପୁଲିସ ସିସି ଟିଭି ଫୁଟେଜ ଦେଖିବା ପରେ ଧୋତେ ଘରକୁ ଯାଇଥିଲା। ହେଲେ ସେଠାରେ ସେ ବାହା ହେଉଥିବା ଦେଖିବାକୁ ପାଉଥିଲା । ଚୋରିରେ ସାହାଯ୍ୟ କରିଥିବା  ମୀରଜା ସେହି ସମୟରେ ନାଚୁଥିଲା। ପୁଲିସ ଉଭୟଙ୍କୁ ଗିରଫ କରି ଥାନାକୁ ଆଣିଥିଲା । ଏହି ଦୁଇଜଣ ମହିଳାଙ୍କୁ ଲକ୍ଷ୍ୟ ରଖି ଚୋରି କରୁଥିଲେ । ସାଧାରଣତଃ ଏକୁଟିଆ ମହିଳାଙ୍କୁ ଲୁଟ୍‌ କରୁଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

Related Articles

Popular Categories