www.samajalive.in
Saturday, December 6, 2025
17.1 C
Bhubaneswar

ମାନବାଧିକାର ସଶକ୍ତିକରଣ ପାଇଁ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ – ଉପରାଷ୍ଟ୍ରପତି

ଡେସ୍କ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ମାନବିକ ଅଧିକାରର ପ୍ରୋତ୍ସାହନ ତଥା ସଶକ୍ତିକରଣ ପାଇଁ ଦେଶରେ ଭିତ୍ତିଭୂମିର ବ୍ୟାପକ ବିକାଶ ଆବଶ୍ୟକ। ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ ଠାରେ ମାନବିକ ଅଧିକାର ଦିବସରେ ସେ କହିଛନ୍ତି ଯେ କେବଳ ସେହି ସମାଜରେ ମାନବିକ ଅଧିକାର ବିକଶିତ ହୁଏ ଯେଉଁଠାରେ ଆଇନ ଏବଂ ନ୍ୟାୟ ସମସ୍ତଙ୍କ ପାଇଁ ସମାନ। ଶ୍ରୀ ଧନଖଡ଼ କହିଛନ୍ତି ଯେ କୌଣସି ବ୍ୟକ୍ତି ଆଇନଠାରୁ ଉର୍ଦ୍ଧ୍ୱରେ ନାହାଁନ୍ତି ଏବଂ ବର୍ତ୍ତମାନର ବ୍ୟବସ୍ଥାରେ ଆଇନ ସର୍ବୋଚ୍ଚ ଅଟେ। ସେ କହିଛନ୍ତି ଯେ ସ୍ୱଚ୍ଛ ଏବଂ ଉତ୍ତରଦାୟୀ ଶାସନ ବର୍ତ୍ତମାନର ସରକାରଙ୍କ କାର୍ଯ୍ୟର ଏକ ଅଂଶ ଏବଂ ତାହା ମାନବିକ ଅଧିକାରକୁ ପ୍ରୋତ୍ସାହିତ କରିଛି।


ଏହି ଅବସରରେ ଜାତୀୟ ମାନବାଧିକାର ଆୟୋଗର ଅଧ୍ୟକ୍ଷ ଅବସରପ୍ରାପ୍ତ ବିଚାରପତି ଅରୁଣ କୁମାର ମିଶ୍ର କହିଛନ୍ତି ଯେ ଆତଙ୍କବାଦ ଯୋଗୁଁ ସାରା ବିଶ୍ୱରେ ନାଗରିକଙ୍କ ମାନବିକ ଅଧିକାରର ଗୁରୁତର ଉଲ୍ଲଂଘନ ହୋଇଛି। ସେ ଏହା ମଧ୍ୟ କହିଛନ୍ତି ଯେ ଇଣ୍ଟରନେଟ୍ ଉପଯୋଗୀ କିନ୍ତୁ ଏହାର ନକରାତ୍ମକ ଦିଗ ମଧ୍ୟ ରହିଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories