www.samajalive.in
Friday, December 5, 2025
27.1 C
Bhubaneswar

ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟରେ ଫୁଟବଲ ପ୍ରତିଯୋଗିତା

ବୌଦ୍ଧ: ରାଜ୍ୟ ସରକାରଙ୍କ ପକ୍ଷରୁ ସମନ୍ଵିତ ଯୁବ ବିକାଶ କାର୍ୟ୍ୟକ୍ରମ ନୁଆ-ଓ ଯୁବ ଓଡିଶା ନବୀନ ଓଡିଶା ମାଧ୍ୟମରେ ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ କ୍ରୀଡା କ୍ଲବ ତରଫରୁ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ନୋଡାଲ ଅଧିକାରୀ ଡ. ସୁଜାତା ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ସୁବୋଧ କୁମାର ପ୍ରଧାନ, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ମୁଖ୍ୟ ଅତିଥି ଏବଂ ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ନୋଡାଲ ଅଧିକାରୀ ଗୀତାଞ୍ଜଳି ମହାପାତ୍ର ଯୋଗଦାନ କରିଥିଲେ। କ୍ରୀଡା କ୍ଳବର ନୋଡାଲ ଅଧିକାରୀ ସଦାନନ୍ଦ ମାହାର, ସଦସ୍ୟ ପ୍ରତାପ କୁମାର ରଥ, ପ୍ରଦୀପ ପ୍ରଧାନ, ସନ୍ତୋଷ ସାହୁ, ମମତା ମଲ୍ଲିକ, ମୁକ୍ତି ସାହୁ, ସୁରଜ ନାଏକ, ତ୍ରିନାଥ ରଣା, ରିତୁ ଭାମି, ଜ୍ୟୋତିର୍ମୟୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଅଧ୍ୟାପକ ଡ.ଅମରେଶ ସାହୁ ମଞ୍ଚ ପରିଚାଳନା କରିଥିଲେ। କ୍ରୀଡା ଶିକ୍ଷକ ଲମ୍ବୋଦର ପୁରୋହିତଙ୍କ ତତ୍ତ୍ଵାବଧାନରେ ଅମ୍ବରୀଶ ପ୍ରଧାନ, ସୁରେନ୍ଦ୍ର ସାହୁ, ସଲିଲ ବେହେରା, ଅମିତ ନାଏକ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories