www.samajalive.in
Friday, December 5, 2025
20.1 C
Bhubaneswar

ଜଳବାୟୁ ପରିବର୍ତ୍ତନ – ୭ ବର୍ଷରେ ୫୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ ଭାରତ

ଡେସ୍କ: ଜାତିସଂଘର ଜଳବାୟୁ ପରିବର୍ତ୍ତନ ଢାଞ୍ଚା ଅନୁକୂଳ ଗ୍ରହଣୀୟତା ପାଇଁ ଭାରତ ୨୦୨୧-୨୨ ଆର୍ଥିକ ବର୍ଷରେ ଜିଡିପିର ସାଢେ ପାଞ୍ଚ ପ୍ରତିଶତରୁ ଅଧିକ ଅର୍ଥାତ୍ ପ୍ରାୟ ୧୩ ଲକ୍ଷ ୩୫ କୋଟି ଟଙ୍କା ଖର୍ଚ୍ଚ କରିଛି। ଭାରତ ଏହା ମଧ୍ୟ ସୂଚନା ଦେଇଛି ଯେ ଏଥିପାଇଁ ଆସନ୍ତା ସାତ ବର୍ଷ ମଧ୍ୟରେ ପ୍ରାୟ ୫୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ଯାହା ଦ୍ୱାରା ଜଳବାୟୁ ପରିବର୍ତ୍ତନର ଅଧିକ ପ୍ରତିକୂଳ ପରିସ୍ଥିତିକୁ ରୋକା ଯାଇପାରିବ।

ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ହ୍ରାସ କରିବା ପାଇଁ ଜଳବାୟୁ ଅନୁକୂଳ ପ୍ରୟାସ କରାଯାଏ। ଏହାର ଉଦ୍ଦେଶ୍ୟ ହେଉଛି ଅଙ୍ଗାରକ ଗ୍ୟାସ୍ ନିର୍ଗମନ ହ୍ରାସ କରିବା। ସମୁଦ୍ର ପତ୍ତନ ବୃଦ୍ଧି, ତାପମାତ୍ରା ଦ୍ୱାରା ପ୍ରଭାବିତ ନଥିବା ଫସଲର ବିକାଶ, ତାପମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଯୋଜନା ପ୍ରସ୍ତୁତ କରିବା ଏବଂ ବିପର୍ଯ୍ୟୟର ମୁକାବିଲା ପାଇଁ ଭିତ୍ତିଭୂମି ସୃଷ୍ଟି କରିବା ନିମନ୍ତେ ପ୍ରୟାସ କରାଯାଉଛି।

- Advertisement -

ବିଶ୍ୱ ଜଳବାୟୁ ପରିବର୍ତ୍ତନ ଢାଞ୍ଚା ଅଧୀନରେ ପ୍ରତ୍ୟେକ ଦେଶ ଏହାର ସବୁଜ ଗ୍ୟାସ୍ ନିର୍ଗମନର ବାର୍ଷିକ ମୂଲ୍ୟାଙ୍କନ କରନ୍ତି ଏବଂ ମିଳିତ ଜାତିସଂଘକୁ ସୂଚନା ପ୍ରଦାନ କରନ୍ତି। ଏହି କ୍ରମରେ ଗତକାଲି ଭାରତ କାଇଟୋ ପ୍ରୋଟୋକଲ୍ ଅଧୀନରେ ରିପୋର୍ଟ ଦାଖଲ କରିଥିଲା।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories