www.samajalive.in
Sunday, December 7, 2025
16.1 C
Bhubaneswar

ଠାକୁରମୁଣ୍ଡା ; ସାପ୍ତାହିକ ହାଟରେ ବେଆଇନ କୁକୁଡ଼ା ଲଢେଇକୁ ଜୁଆଖେଳ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଅଞ୍ଚଳର ୧୮ଟି ପଞ୍ଚାୟତର ବିଭିନ୍ନ ହାଟ, ଫୁଟବଲ ଖେଳ, ଯାନିଯାତ୍ରା ଜନଗହଳି ସ୍ଥାନ ଗୁଡିକରେ ବେଆଇନ ଭାବରେ କୁକୁଡା ଲଢେଇ ଓ ଜୁଆଖେଳ ବେଧଡକ ଚାଲୁଥିବାରୁ ଅସନ୍ତୋଷ ଦିନକୁ ଦିନ ବୃଦ୍ଧି ପାଇବାକୁ ଲାଗିଛି । ହାଟ ଗୁଡିକ କରେ ବେଆଇନ କୁକୁଡା ଲଢେ଼ଇ ଯୋଗୁଁ ଅନେକ ଆଦିବାସୀ ପରିବାରର ଲୋକମାନେ ସର୍ବସ୍ୱାନ୍ତ ହୋଇ ଘରକୁ ଫେରୁଥିବାର ନଜର ରହିଛି । ଏହାକୁ ପୁଲିସ ପକ୍ଷରୁ ଧରପଗଡ କରାଯାଇଥାଏ । ଅନେକ ଅଞ୍ଚଳରେ ଏହି କାରଣରୁ ଏହାକୁ ବନ୍ଦକରି ଦିଆଯାଇଥିଲେ ହେଁ କେତେକ ହାଟ ମାନଙ୍କରେ ଏବେ ମଧ୍ୟ କୁକୁଡା ଲଢେଇ ସାଙ୍ଗକୁ ଜୁଆପାଲି ଖେଳ ଚାଲୁଛି । ସେହିପରି ସାତକୋଶିଆ,ପଡିଆବେଡା, ରାଇପଦା, ଆଦି ଅଞ୍ଚଳରେ ମଧ୍ୟ ବେଧଡକ କୁକୁଡା ଲଢେଇ ଚାଲୁଥିବାରୁ ଧରପଗଡ କରିବାକୁ ସାଧାରଣରେ ଦାବି ହେଉଛି ।
ଏହି କୁକୁଡା ଲଢେଇ ବେଳେ ଲୋକମାନେ ନିଜ ନିଜ ପସନ୍ଦର କୁକୁଡା ଜିତିବା ଆଶା ରଖି ବାଜି ଲଗାଇଥାନ୍ତି । ଯେଉଁ କୁକୁଡା ଜିତିଥାଏ, ତା ଉପରେ ବାଜି ଲଗାଇଥିବା ଲୋକମାନେ ହାରିଯାଇଥିବା ଲୋକଙ୍କ ଠାରୁ ବାଜି ମୁତାବକ ଟଙ୍କା ନେଇଥାନ୍ତି । ଅନେକ ସମୟରେ ଏହି ଜୁଆଖେଳ ହିଂସା ରୂପ ନେଇଥାଏ । ତେବେ ଏଥିପ୍ରତି ଠାକୁରମୁଣ୍ଡା ଓ ମହୁଲଡିହା ପୁଲିସ ପକ୍ଷରୁ ବ୍ୟାପକ ପାଟ୍ରୋଲିଂ ଏବଂ ଚଢ଼ାଉକୁ ଜୋରଦାର କରାଯିବାକୁ ବୁଦ୍ଧିଜୀବି ମହଲରେ ଦାବି ହୋଇଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories