www.samajalive.in
Sunday, December 14, 2025
15.1 C
Bhubaneswar

ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ନାରକପତ୍ର

ଆଠଗଡ: ଓଡିଶା ରାଜ୍ୟ ଅବସରପ୍ରାପ୍ତ କର୍ମଚାରୀ ମହାସଂଘର ଆହ୍ବାନ କ୍ରମେ ଆଠଗଡ ଶାଖା ପକ୍ଷରୁ ମଙ୍ଗଳବାର ବିଭିନ୍ନ ଦାବି ସମ୍ବଳିତ ସ୍ନାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି। ଆଠଗଡ ଶାଖା ସଭାପତି ଗନ୍ଧର୍ବସେନ ବେଉରା ଓ ସଂପାଦକ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ସଂଘର ବହୁ ସଦସ୍ୟ ବିଡ଼ିଓଙ୍କ ଜରିଆରେ ଏକ ୯ ଦଫା ଦାବି ସମ୍ବଳିତ ସ୍ନାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା। ଏହି ୯ଦଫା ଦାବି ଗୁଡିକ ମଧ୍ୟରେ ପୁରୁଣା ପେନସନ ପୁନଃ ପ୍ରଚଳନ, କୋଭିଡ ସମୟର ବାକି ଥିବା ୧୮ ମାସର ବକେୟା ଡିଆର ପ୍ରଦାନ, ରେଳ ଯାତ୍ରାରେ ବରିଷ୍ଠ ନାଗରିକ ମାନଙ୍କୁ ମିଳୁଥିବା ରିହାତିର ପୁନଃ ପ୍ରଚଳନ କରିବା, ରାଜ୍ୟର ମୋ ବସ ଭଳି ସମସ୍ତ ସରକାରୀ ଓ ବେସରକାରୀ ବସରେ ବରିଷ୍ଠ ନାଗରିକ ମାନଙ୍କୁ ରିହାତି ଦେବା, କମ୍ୟୁଟେସନ ଦେୟ ଅର୍ଥକୁ ୧୫ବର୍ଷ ପରିବର୍ତ୍ତେ ୧୦ ବର୍ଷକୁ ହ୍ରାସ କରିବା, ଅତିରିକ୍ତ ପେନସନ ୬୫ ବର୍ଷରୁ ଶତକଡା ୫ ଲାଗୁ କରିବା, ଅବସରପ୍ରାପ୍ତ କର୍ମଚାରୀଙ୍କୁ ଚିକିତ୍ସା ଭତ୍ତା ପ୍ରଦାନ ଇତ୍ୟାଦି ଦାବି ଅନ୍ତର୍ଭୁକ୍ତ ରହିଛି।

ଶୁକ୍ର ଚଳନ; ନୂଆ ବର୍ଷରେ ଏହି ୫ ରାଶିଙ୍କୁ କରିବେ ଭାଗ୍ୟଶାଳୀ, ମିଳିବ ହଠାତ୍‌ ଧନ, ନୂଆ ଚାକିରି, ଚମକିବ ଭାଗ୍ୟ..

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories