www.samajalive.in
Saturday, December 6, 2025
15.1 C
Bhubaneswar

‘ପ୍ରସାଦ’ରେ ସାମିଲ ହେବ ମା’ ମଙ୍ଗଳା ଓ କୀଚକେଶ୍ବରୀ ମନ୍ଦିର

ଭୁବନେଶ୍ବର : କେନ୍ଦ୍ର ସରକାରଙ୍କ ‘ତୀର୍ଥଯାତ୍ରା କାୟାକଳ୍ପ ଏବଂ ଆଧ୍ୟାତ୍ମିକ ସମ୍ବର୍ଦ୍ଧନ ଅଭିଯାନ’ (ପ୍ରସାଦ) ଯୋଜନାରେ ଦୁଇ ପ୍ରାଚୀନ ମନ୍ଦିର ପୁରୀ ଜିଲା କାକଟପୁର ସ୍ଥିତ ମା’ ମଙ୍ଗଳା ମନ୍ଦିର ଏବଂ ମୟୂରଭଞ୍ଜ ଜିଲା ଖିଚିଂରେ ଥିବା ମା’ କୀଚକେଶ୍ବରୀ ମନ୍ଦିରର ଉନ୍ନତିକରଣ କରାଯିବ। ଏନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ କାର୍ଯ୍ୟାନ୍ବୟନ ଆରମ୍ଭ ହୋଇଛି । ମୟୂରଭଞ୍ଜ ଏବଂ ପୁରୀ ଜିଲାପାଳଙ୍କୁ ପର୍ଯ୍ୟଟନ ବିଭାଗ ନିର୍ଦେଶକ ସମର୍ଥ ବର୍ମା ଏ ନେଇ ଚିଠି ଲେଖିଛନ୍ତି । ପର୍ଯ୍ୟଟନ ବିଭାଗ ପକ୍ଷରୁ ଦୁଇ ମନ୍ଦିରର ସାମଗ୍ରିକ ବିକାଶ ପାଇଁ ମାଷ୍ଟରପ୍ଲାନ(ସ୍ବତନ୍ତ୍ର ନକ୍ସା) ପ୍ରସ୍ତୁତ କରାଯାଇଛି । ପ୍ରସାଦ ଯୋଜନା ଜରିଆରେ ଉନ୍ନତିକରଣ କାମ କରାଯିବ। ଏ ନେଇ କେନ୍ଦ୍ର ପର୍ଯ୍ୟଟନ ବିଭାଗକୁ ପ୍ରସ୍ତାବ ଦିଆଯିବ । ସେଥିଯୋଗୁଁ ସଂପୃକ୍ତ ଅଧିକାରୀଙ୍କ ଠାରୁ ଆପତ୍ତିବିହୀନ ପ୍ରମାଣପତ୍ର(ନୋ ଅବଜେକସନ୍‌ ସାର୍ଟିଫିକେଟ୍‌)ର ଆବଶ୍ୟକତା ରହିଛି । ପ୍ରସ୍ତାବିତ ଲେ-ଆଉଟ ଯୋଜନା ସହ ସବିଶେଷ ତଥ୍ୟ ଜିଲାପାଳଙ୍କୁ ଦିଆଯାଇଛି । ଜିଲାପାଳ ଏନ୍‌ଓସି ପ୍ରଦାନ କଲେ ଏହି କାର୍ଯ୍ୟ ଆଗେଇବ । ଏନଓସି ଦେବାକୁ ଦୁଇ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି ପର୍ଯ୍ୟଟନ ନିର୍ଦେଶକ । ଏ ସଂକ୍ରାନ୍ତରେ କୋଣାର୍କ ପର୍ଯ୍ୟଟନ ବିକାଶ ଅଧିକାରୀ ଏବଂ ମୟୂରଭଞ୍ଜ ପର୍ଯ୍ୟଟନ ବିକାଶ ଅଧିକାରୀଙ୍କୁ ଅବଗତ କରାଯିବା ସହ ଏ ଦିଗରେ କାମ କରିବାକୁ କୁହାଯାଇଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories