Patra electronics

ଆଇଏମଆଇଟିରେ ଆର-ପ୍ରୋଗ୍ରାମିଙ୍ଗ କର୍ମଶାଳା

କଟକ: ପ୍ରବନ୍ଧନ ଏବଂ ସୂଚନା ପ୍ରୌଦ୍ୟୋଗିକ ସଂସ୍ଥାନ – ଆଇଏମଆଇଟି କଟକରେ ନେସନାଲ ଇନଷ୍ଟିଚ୍ୟୁଟ ଅଫ ଟେକ୍ନିକାଲ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ କୋଲକାତା ଆନୁକୂଲ୍ୟରେ ସପ୍ତାହ ବ୍ୟାପି ଆର-ପ୍ରୋଗ୍ରାମିଙ୍ଗ କର୍ମଶାଳା ଉଦଘାଟିତ ହୋଇଛି। ଆୟୋଜିତ ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ. ମାନସ ରଞ୍ଜନ କବାଟ ସଭାପତିତ୍ୱ କରିଥିଲେ।ଏନଆଇଟିଟିଟିଆର କୋଲକତାର କର୍ମଶାଳା ସଂଯୋଜକ ଡ. କିନ୍ସୁକ ଗିରି ଏହି ସପ୍ତାହ ବ୍ୟାପି ହେବାକୁ ଥିବା କର୍ମଶାଳାରେ ତାଲିମ ଦେବେ। କମ୍ପ୍ୟୁଟର ସାଇନସ ଓ ଇଂଜିନିୟରିଂ ବିଭାଗ ମୁଖ୍ୟ ଡ଼କ୍ଟର ଶୁଭେନ୍ଦ୍ର କୁମାର ଜୟସିଂହ କର୍ମଶାଳା ବିଷୟରେ ସଂକ୍ଷିପ୍ତ ବିବରଣୀ ଦେବା ସହିତ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।

ଏଥିରେ କଟକ ଭୁବନାନନ୍ଦ ଇଞ୍ଜିନିଅରିଂ ସ୍କୁଲର ଅଧ୍ୟକ୍ଷ ଡ. ହୃଷିକେଶ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ମଶାଳାରେ ଭାଗ ନେଇଥିବା ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ କୃତ୍ରିମ ବୁଦ୍ଧିମତ୍ତା, ମେସିନ ଲର୍ଣ୍ଣିଙ୍ଗ ଏବଂ ଆର-ପ୍ରୋଗ୍ରାମିଙ୍ଗର ଉପକାରିତା ଉପରେ ଉଦବୋଧନ ଦେଇଥିଲେ। ସେ ଶିକ୍ଷା, ଗବେଷଣା ଓ ସମାଜସେବା ମଧ୍ୟରେ ସମନ୍ୱୟ ରକ୍ଷା କରିବା ପାଇଁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଯୁଗ୍ମ ସଚିବ ରୋଜିନା ଦାଶ ଯୋଗ ଦେଇ ଆଜିର ସମାଜ ପାଇଁ ଦକ୍ଷ ମାନବ ସମ୍ବଳ ଏକାନ୍ତ କାମ୍ୟ ବୋଲି କହିଥିଲେ। ସଭା ଶେଷରେ ଏନଆଇଟିଟିଟିଆର, କୋଲକତା- -ଭୁବନେଶ୍ବର ଶାଖାର ପରାମର୍ଶଦାତା ଉତ୍କଳ ରଞ୍ଜନ ଦାଶ ଧନ୍ୟବାଦ ଜ୍ଞାପନ କରିଥିଲେ।ସଭା ପରିଚାଳନାରେ ଅଧ୍ୟାପକ ରଜତ କୁମାର ବଳିୟାରସିଂହ, ସତ୍ୟ ପ୍ରକାଶ ସ୍ୱାଇଁ, ସୁଜାତା ରାୟ, ସୃତିପ୍ରଜ୍ଞା ସ୍ୱାଇଁ, କୁମାର ଜନାର୍ଦନ ପାତ୍ର ସହଯୋଗ କରିଥିଲେ।ଏହି ସଭାରେ ଅନୁଷ୍ଠାନର ଅନ୍ୟାନ୍ୟ କର୍ମଚାରୀ, ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Comments are closed.