www.samajalive.in
Sunday, December 7, 2025
14.1 C
Bhubaneswar

ଅନ୍ତର୍ଜାତୀୟ ଗୁଣବତ୍ତା ସମ୍ମିଳନୀରେ ଲାଞ୍ଜିଗଡ ବେଦାନ୍ତକୁ ୫ଟି ସ୍ୱର୍ଣ୍ଣ

ଲାଞ୍ଜିଗଡ: ଭାରତର ଅଗ୍ରଣୀ ମେଟାଲର୍ଜିକାଲ ଗ୍ରେଡ ଆଲୁମିନା ଉତ୍ପାଦନକାରୀ ବେଦାନ୍ତ ଲିମିଟେଡ ଚୀନର ବେଜିଂଠାରେ ଆସୋସିଏସନ ଅଫ କ୍ଲାଲିଟି ଦ୍ୱାରା ଆୟୋଜିତ ୪୮ତମ ଅନ୍ତର୍ଜାତୀୟ ଗୁଣବତ୍ତା ସମ୍ମିଳନୀରେ ୫ଟି ସ୍ବର୍ଣ୍ଣ ପୁରସ୍କାର ଲାଭ କରିଛି । ଆଲୁମିନିୟମ ଗୁଣବତ୍ତାକୁ ବଢାଇବା ଲାଗି ଓ ଷ୍ଟ୍ରିମ ଲାଇନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ଏହି ପୁରସ୍କାର ମିଳିଛି । କାର୍ଯ୍ୟକ୍ରମରେ ସଠିକତା ବଜାୟ ରକ୍ଷା ଓ ଶିଳ୍ପ କ୍ଷେତ୍ରରେ ଉତ୍କର୍ଷତାକୁ ଆହୁରି ସୁଦୃଢ କରିବା ପାଇଁ କଂପାନୀର ଉତ୍ସର୍ଗତାକୁ ଏହା ସୂଚୀତ କରେ । ‘ଗୁଣବତା ଅଲିମ୍ପିକ୍ସ’ ଭାବରେ ପରିଚିତ ଆଇସିକ୍ୟୁସିସି ବିବିଧ ଶିଳ୍ପରେ ବହୁ ସଂଖ୍ୟକ ଅଂଶଗ୍ରହଣକାରୀଙ୍କୁ କଭର କରେ ଓ ଏହା ସାରା ବିଶ୍ୱରେ ଗୁଣାତ୍ମକ ନିଶ୍ଚିତତା ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଥାଏ। ଏହି ସମାରୋହରେ ଚୀନ, ଦକ୍ଷିଣକୋରିଆ, ସିଙ୍ଗାପୁର ଓ ଭାରତ ସମେତ ୧୫ଟି ଦେଶ ତଥା ଅଂଚଳର ପ୍ରାୟ ୯୦୦ ଗୁଣାତ୍ମକ ନିୟନ୍ତ୍ରଣ ଦଳ ଭାଗ ନେଇଥିଲେ। ଗୁଣାତ୍ମକ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତାକୁ ସମ୍ମାନିତ କରିବା ଲାଗି ବିଶିଷ୍ଟ ଶିଳ୍ପପତି, ସମ୍ମାନିତ ଅତିଥି ଓ ସରକାରୀ ଅଧିକାରୀମାନେ ଏଥିରେ ଉପସ୍ଥିତ ଥିଲେ । ବେଦାନ୍ତ ଲାଞ୍ଜିଗଡ଼ର ଶିଳ୍ପ ସଂସ୍ଥାରେ ଅତ୍ୟାଧୁନିକ ଜ୍ଞାନ କୌଶଳର ପ୍ରୟୋଗ ଲାଗି କଂପାନୀର ପ୍ରତିବଦ୍ଧତା ଦ୍ୱାରା କାର୍ଯ୍ୟରେ ଉନ୍ନତି ଆସିଛି । ଉନ୍ନତ ପ୍ରକ୍ରିୟା ଦକ୍ଷତା ସହ ଏହା ଶକ୍ତି ସଂରକ୍ଷଣକୁ ଅଧିକ ସକ୍ଷମ କରୁଛି। ଆଗାମୀ ଦିନରେ ଆଲୁମିନିୟମର ସ୍ଥାୟୀ ଉତ୍ପାଦନ ପାଇଁ ଆବଶ୍ୟକୀୟ ଉଚ୍ଚଗୁଣମାନର ଆଲୁମିନା ଉତ୍ପାଦନ କରିବ, ଯାହା ଦେଶର ଆତ୍ମନିର୍ଭରଶୀଳତା ପାଇଁ ଗୁରୁତ୍ୱପୂର୍ଣ୍ଣ। ପ୍ରଣବ କୁମାର ଭଟାଚାର୍ଯ୍ୟ, ସିଇଓ-ଆଲୁମିନା ବିଜନେସ, ବେଦାନ୍ତ ଲିମିଟେଡ କହିଛନ୍ତି ଯେ, ଏକ ବିଶ୍ୱସ୍ତରୀୟ ପ୍ଲାଟଫର୍ମରେ ଏହି ସମ୍ମାନଜନକ ପୁରସ୍କାର ଲାଭ କରିବା ଆମ ଟିମର ଅଭିଜ୍ଞତା ଓ ଗୁଣବତା, ନବୀକରଣର ସଂସ୍କୃତି ପ୍ରତିପାଦନ କରିବା ଲାଗି ଅଦ୍ୟମ ପ୍ରତିବଦ୍ଧତା ଓ ନିରନ୍ତର ଉନ୍ନତିର ପରିଚୟ ଦିଏ । ଆମ ଶିଳ୍ପରେ ଆମେ ବିଭିନ୍ନ ଉଚ୍ଚ ଗୁଣବତା ସଂପନ୍ନ ଜ୍ଞାନ କୌଶଳକୁ ବିକଶିତ କରିଛୁ । ବହୁ ବିଶେଷଜ୍ଞ ରହିଛନ୍ତି । ଆମର ଉତ୍ପାଦ, ପ୍ରକ୍ରିୟା, ଲୋକ ଶକ୍ତି ଓ ସେବା ସହିତ ପ୍ରତିଟି କ୍ଷେତ୍ରରେ ଉତ୍କର୍ଷତ।କୁ ଅନୁସରଣ କରି କାର୍ଯ୍ୟଧାରାକୁ ବଢାଇବା ଲାଗି ବେଦାନ୍ତ ଲାଞ୍ଜିଗଡ଼ ପ୍ରତିବଦ୍ଧ । ଗୁଣବତାରେ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥିର କରି ଆମ ଉତ୍ପାଦର ଉତ୍କର୍ଷତାକୁ ଅଧିକ ବଢାଇବା ଲାଗି ଏହି ପୁରସ୍କାର ଆମକୁ ପ୍ରେରଣା ପ୍ରଦାନ କରିବ। ଏହି ସଫଳତା ପୁରସ୍କାରର ଏକ ଭିନ୍ନ ଧାରାକୁ ଯୋଡିଥାଏ ଯାହା ବେଦାନ୍ତର ଲାଞ୍ଜିଗଡ଼ର ବ୍ୟବସାୟିକ ଉତ୍କର୍ଷତା କ୍ଷେତ୍ରରେ ଅଗ୍ରଗାମୀ ଉଦ୍ୟମ ପାଇଁ ବର୍ଷ ବର୍ଷ ଧରି ଲାଭ କରି ଆସୁଛି ।

Hot this week

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

Related Articles

Popular Categories