www.samajalive.in
Wednesday, December 10, 2025
16.1 C
Bhubaneswar

ଦ୍ୱିତୀୟ ଦିଲିପ ଚାନ୍ଦା ସ୍ମାରକୀ କବାଡି ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ସମ୍ବଲପୁର: ଫାଟକ ସ୍ଥିତ ଦୁର୍ଗାପୂଜା ପଡ଼ିଆ ଠାରେ ଦ୍ୱିତୀୟ ଦିଲିପ ଚାନ୍ଦ ସ୍ମାରକୀ କବାଡି ଟୁର୍ଣ୍ଣାମେଣ୍ଟ ଶନିବାର ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ ମୁଖ୍ୟ ଅତିଥି ଓ ଟୁର୍ଣ୍ଣାମେଣ୍ଟ ପରିଚାଳନା କମିଟିର ସଭାପତି ତଥା ସମାଜସେବୀ ସିଦ୍ଧାର୍ଥ ସାହା ସମ୍ମାନୀତ ଅତିଥି ରୂପେ ଏହାକୁ ପୂର୍ବାହ୍ନରେ ଉଦଘାଟନ କରିଥିଲେ। ପ୍ରଥମ ଦିବସରେ ଆଞ୍ଚଳିକ ସ୍ତରରେ ୧୨ଟି ଦଳ ଯୋଗ ଦେଇଥିଲେ। ଉଦଘାଟନୀ ମ୍ୟାଚ ହାଉସିଂ ବୋର୍ଡ କଲୋନୀ ଦଳ ଓ ୱାଇବିଏ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟା ସମୟରେ ଫାଇନାଲ ମ୍ୟାଚ ଅନାମିକା କ୍ଲବ ଓ ରାଧାମାଧବ ଦଳ ମଧ୍ୟରେ ହୋଇଥିଲା। ଏଥିରେ ଅନାମିକା କ୍ଲବ ଦଳ ବିଜୟୀ ହୋଇଥିବା ବେଳେ ରାଧାମାଧବ ଦଳ ଉପ ବିଜେତା ହୋଇଛି। ପୁରସ୍କାର ବିତରଣୀ ଉତ୍ସବରେ ରେଙ୍ଗାଲି ବିଧାୟକ ନାଉରୀ ନାୟକ ମୁଖ୍ୟ ଅତିଥି, ଟୁର୍ଣ୍ଣାମେଣ୍ଟର ସଭାପତି ସିଦ୍ଧାର୍ଥ ସାହା, ଫାଟକ ଦୁର୍ଗା ପୁଜା କମିଟିର ସଭାପତି ବୁଲୁ ବିଶ୍ୱାଳ ପ୍ରମୁଖ ଯୋଗ ଦେଇ ଚାମ୍ପିୟନ ଓ ଉପ ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରି ପୁରସ୍କୃତ କରିଥିଲେ। ଏହି ପ୍ରତିଯୋଗିତାକୁ ଆୟୋଜନ ଓ ପରିଚାଳନାରେ ଫାଟକ ଦୁର୍ଗା ପୂଜା କମିଟିର ସଦସ୍ୟ ମାନେ ସକ୍ରିୟ ସହାୟତା କରୁଛନ୍ତି। ସୂଚନାଯୋଗ୍ୟ ଯେ, ଏହି ଦ୍ୱିଦିବସୀୟ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଦିନରେ ରାଜ୍ୟସ୍ତରୀୟ ଦଳଙ୍କ ମଧ୍ୟରେ ପ୍ରତିଯୋଗିତା ସହିତ ମହିଳା ବର୍ଗରେ ଏକ ପ୍ରଦର୍ଶନୀ ମ୍ୟାଚ ଅନୁଷ୍ଠିତ ହେବ।

Hot this week

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

ଆଇପିଏଲ୍‌ ନିଲାମ ତାଲିକାରେ ୩୫୦ ଖେଳାଳି

ନୂଆଦିଲ୍ଲୀ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୦୨୬ ସଂସ୍କରଣ ଲାଗି ମିନି...

ଓଡ଼ିଶା ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ ଆରମ୍ଭ

କଟକ: କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟ...

ବୁଧବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ ଏହି ଦୁଇ ରାଶି

ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ସୁଖଦାୟକ ହେବ। କର୍ମ କ୍ଷେତ୍ରରୁ...

Related Articles

Popular Categories