ଫୁଲବାଣୀ: ସ୍ଥାନୀୟ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଜ୍ୟୋତି ପ୍ରକାଶ ରଥଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ବିଭିନ୍ନ ପ୍ରକାର ସଂସ୍କୃତି ଓ ସାମାଜିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତି କାର୍ଯ୍ୟକ୍ରମରେ ରଚନା, ସୃଜନଶୀଳ ଲେଖନୀ, ଫଟୋ ପ୍ରଦର୍ଶନ, ବକ୍ତୃତା ଓ ଚିତ୍ରାଙ୍କନ ପ୍ରଦର୍ଶନୀ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇତିବା ବେଳେ ସାମାଜିକ କାର୍ଯ୍ୟକ୍ରମ ମାଧ୍ୟମରେ ସଡ଼କ ସୁରକ୍ଷା, ସଫେଇ ଆଦି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ସେହିଭଳି ପୁଲିସ୍ ଓ ଅଗ୍ନିସମ ବିଭାଗ ବହୁ ଅଧିକାରୀ ମାନେ ଯୋଗଦେଇ ବିିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ। କାର୍ଯ୍ୟକ୍ରମରେ ନୋଡ଼ାଲ୍ ଅଧିକାରୀ ତିଲେଶ୍ୱର ତାଣ୍ଡିଆ ଏବଂ ପ୍ରଫେସର ସୁଜିତ୍ ପଣ୍ଡାଙ୍କ ସହଯୋଗରେ ଛାତ୍ରଛାତ୍ରୀ ମାନେ ବୃକ୍ଷ ରୋପଣ ସହିତ ବିଦ୍ୟାଳୟ ଠାରୁ ନାରାୟଣୀ ମନ୍ଦିର ପର୍ଯ୍ୟନ୍ତ ପରିବେଷ ସଫେଇରେ ନିଜକୁ ନିୟୋଜିତ କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକ ମାନେ ସାମିଲ୍ ହୋଇଥିଲେ।
Popular Categories



