www.samajalive.in
Monday, December 8, 2025
13.1 C
Bhubaneswar

ସ୍କୁଲ ସ୍ୱଚ୍ଛତା କାର୍ଯ୍ୟକ୍ରମ ଉଦଘାଟିତ

ଫୁଲବାଣୀ/ବାଲିଗୁଡ଼ା: କନ୍ଧମାଳ ଜିଲାରେ ଜିଲା ସ୍ତରୀୟ ହାରପିକ୍‌‌ ସ୍କୁଲ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆଜି ବାଲିଗୁଡ଼ା ସ୍ଥିତ ଆଇ.ଟି.ଡ଼ି.ଏ ସଭାଗୃହ ଠାରେ ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି। ଅମରଜ୍ୟୋତି ଯୁବକ ସଂଘ ଏବଂ ରେକିଟ୍‌‌ ଇଣ୍ଡିଆର ମିଳିତ ସହଯୋଗାରେ ଜିଲାରେ ଏହି ସ୍କୁଲ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆରମ୍ଭ ହେବା ସହିତ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଛି। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିଗୁଡ଼ା ଆଇ.ଟି.ଡ଼ି.ଏ ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। କାର୍ଯ୍ୟକ୍ରମକୁ ଅମରଜ୍ୟୋତି ଯୁବକ ସଂଘର ରାଜ୍ୟ ସଂଯୋଜିକ ନୀଳମାଧବ ଦିଗାଲ ଅଧ୍ୟକ୍ଷତା କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କନ୍ଧମାଳ ଜିଲା ସଂଯୋଜିକା ବର୍ଷାରାଣୀ ସ୍ୱାଇଁ, କଳାହାଣ୍ଡି ଜିଲା ସଂଯୋଜକ ତୁଳାରାମ ନାୟକ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ ଅଧିନରେ ବାଲିଗୁଡ଼ା, ଦାରିଙ୍ଗବାଡ଼ି, ଜି.ଉଦୟଗିରି, କେ.ନୂଆଗାଁ, କୋଟଗଡ଼, ତୁମୁଡ଼ିବନ୍ଧ, ରାଇକିଆ ଆଦି ବ୍ଳକର ୫୦ ଗୋଟିଏ ଆଶ୍ରମ ଓ ସେବାଶ୍ରମ ବିଦ୍ୟାଳୟ ଗୁଡ଼ିକରେ ସ୍କୁଲ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଛାତ୍ରଛାତ୍ରୀ , ଅଭିଭାବକ ଓ ଶିକ୍ଷକ ମାନଙ୍କ ମଧ୍ୟରେ ବ୍ୟବହାରିକ ଜ୍ଞାନ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଉଦଘାଟନି ଉତ୍ସବରେ ୫୦ରୁ ଅଧିକ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଯୋଗଦେଇ ସ୍ୱଚ୍ଛତା ଉପରେ ତାଲିମ୍‌‌ ନେଇଥିଲେ। ଅମରଜ୍ୟୋତି ଯୁବକ ସଂଘ ପକ୍ଷରୁ ସମସ୍ତ ଅଂଶ ଗ୍ରହଣକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।

Hot this week

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

Related Articles

Popular Categories