ସମନ୍ବିତ ଯୁବ ବିକାଶ କାର୍ୟ୍ୟକ୍ରମ ଉଦଯାପିତ

ଫୁଲବାଣୀ: ଫୁଲବାଣୀ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ରେ ରାଜ୍ୟ ସରକାରଙ୍କ କାର୍ୟ୍ୟକ୍ରମ ସମନ୍ବିତ ଯୁବ ବିକାଶ (ଆଇୱାଇଡିପି) କାର୍ୟ୍ୟକ୍ରମ ଏକ ବର୍ଣ୍ଣାଢ୍ୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଯୋଗ ଦେଇ ସମାଜରେ ଯୁବଶକ୍ତିର ଆବଶ୍ୟକତା ଏବଂ ଏହାର ଗୁରୁତ୍ବ ବିଷୟରେ କହିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଜିଲ୍ଲା ନିୟୋଜନ ଅଧିକାରୀ ପୁରୁଷୋତ୍ତମ ମିଶ୍ର, ଆଇଏମସି ଫୁଲବାଣୀର ଅଧ୍ୟକ୍ଷ ନୀଳମାଧବ ମିଶ୍ର, ଜିଲ୍ଲା କ୍ରୀଡ଼ା ସଂସଦର ସଂପାଦକ ଶିବପ୍ରସାଦ ତ୍ରିପାଠୀ, କସମ କନ୍ଧମାଳର ସମ୍ପାଦକ ସଞ୍ଜିତ କୁମାର ପଟ୍ଟନାୟକ ଯୋଗ ଦେଇଥିଲେ।

Comments are closed.